www.samajalive.in
Tuesday, December 9, 2025
19.1 C
Bhubaneswar

ଶ୍ଵାସରୁଦ୍ଧ ହୋଇ ୭ ମୃତ; ପାଇଖାନା ଟାଙ୍କି ସଫେଇ ବେଳେ ଅଘଟଣ

ଗାନ୍ଧୀନଗର: ଗୁଜରାଟର ବରୋଦା ଅଞ୍ଚଳରେ ଶନିବାର ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପାଇଖାନା ଟାଙ୍କି ସଫେଇ ବେଳେ ଶ୍ଵାସରୁଦ୍ଧ ହୋଇ ୭ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଶନିବାର ସକାଳେ ବରୋଦାର ପାର୍ତ୍ତିକୁଇଁ ଗାଁରେ ଥିବା ଏକ ହୋଟେଲର ପାଇଖାନା ଟାଙ୍କି ସଫା ହେଉଥିଲା। କର୍ମଚାରୀମାନେ ଟାଙ୍କି ସଫା କରୁଥିବାବେଳେ ଶ୍ଵାସରୁଦ୍ଧ ହୋଇପଡ଼ିଥିଲେ। ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଆସି କିମ୍ବା ଅମ୍ଳଜାନ ଅଭାବରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ହେଁ କାହାର ଜୀବନ ରକ୍ଷା କରାଯାଇ ପାରିନାହିଁ। ମୃତକଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ରହିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories