www.samajalive.in
Tuesday, December 9, 2025
26.1 C
Bhubaneswar

‘ମୋତେ ଗୁଳି କରିଦିଅ’; ବୈଠକରେ ଏପରି କହିଲେ ହରିୟାଣା କଂଗ୍ରେସ ମୁଖ୍ୟ

ଚଣ୍ଡୀଗଡ଼: ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ହରିୟାଣାରେ ଦଳ ଭିତରେ ଅନ୍ତଃକନ୍ଦଳ ଦେଖିବାକୁ ମିଳିଛି। ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ପାଇଁ ଅନେକ ବିଧାୟକ ଦାବି କରୁଛନ୍ତି। ଦଳୀୟ ବୈଠକରେ ଏପରି ଦାବି ଉଠିବା ପରେ କଂଗ୍ରେସର ରାଜ୍ୟ ମୁଖିଆ ଅଶୋକ ତନୱର କହିଛନ୍ତି, ଯଦି ଆପଣ ମାନେ ମୋତେ ଶେଷ କରିବାକୁ ଚାହୁଁଛନ୍ତି, ତେବେ ମୋତେ ଗୁଳି କର’। ରାଜ୍ୟରେ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ଏପରି ବିବାଦ ସୃଷ୍ଟି ହେବା ପରେ ହରିୟାଣା କଂଗ୍ରେସ ପ୍ରଭାରୀ ଗୁଲାମ ନବୀ ଆଜାଦ ଉକ୍ତ ବୈଠକରେ ଯୋଗଦେଇଥିବା ଜଣେ ନେତାଙ୍କୁ ଦିଲ୍ଲୀ ଡକାଇ ଏ ବିଷୟରେ ପଚାରି ବୁଝିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ନିକଟତର ଥିବା କେତେଜଣ ବିଧାୟକ ରାଜ୍ୟ କଂଗ୍ରେସ ମୁଖିଆ ତନୱରଙ୍କୁ ଟାର୍ଗେଟ କରି ତାଙ୍କୁ ତାଙ୍କ ପଦବୀରୁ ହଟାଇବାକୁ ଚାହୁଁଛନ୍ତି ବୋଲି ସମ୍ପୃକ୍ତ ନେତା ଜଣକ ଗୁଲାମ ନବୀ ଆଜାଦଙ୍କୁ ଜଣାଇଥିବା ସୂଚନା ମିଳିଛି।

ଲୋକସଭା ନିର୍ବାଚନରେ ବିଫଳତା ପରେ ଦଳର ୧୭ ବିଧାୟକ ଏବଂ ଅନ୍ୟ ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ବସିଥିଲା। ରାଜ୍ୟରେ ୧୦ ଲୋକସଭା ଆସନ ମଧ୍ୟରୁ ଦଳ କୌଣସି ଗୋଟିଏ ହେଲେ ଆସନରେ ବିଜୟୀ ହୋଇ ନ ଥିବାରୁ ରାଜ୍ୟ ନେତୃତ୍ଵ ପରିବର୍ତ୍ତନ ପାଇଁ ଅଧିକାଂଶ ବିଧାୟକ ଦାବି କରିଥିଲେ।

- Advertisement -

ବିଧୟାକ କୁଲଦୀପ ଶର୍ମା କର୍ନଲ ଲୋକସଭା ଆସନରୁ ୬ ଲକ୍ଷ ୫୦ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସଞ୍ଜୟ ଭାଟିଆଙ୍କଠାରୁ ପରାଜିତ ହୋଇଥିବାରୁ ରାଜ୍ୟ ମୁଖ୍ୟ ତନୱରଙ୍କୁ ଦାୟୀ କରିଥିଲେ। ଏହାକୁ ନେଇ ଶର୍ମା ଏବଂ ତନୱରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ସମର୍ଥକମାନେ ରାଜ୍ୟ ନେତୃତ୍ଵ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଶେଷରେ ନିଜ ଦଳୀୟ କର୍ମୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ତନୱର କହିଥିଲେ, ଯଦି ତୁମେମାନେ ମୋତେ ଶେଷ କରିବାକୁ ଚାହୁଁଛି, ତେବେ ମୋତେ ଗୁଳିକର’।

ଅନ୍ୟପଟେ ତନୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଦଳର ଜଣେ ଶୃଙ୍ଖଳିତ ସୈନିକ। ମୁଁ ଦଳକୁ ସୁଦୃଢ଼ କରିବାରେ ଶତ ପ୍ରତିଶତ ଉଦ୍ୟମ କରୁଛି। ଯଦିଓ ଆମେ କୌଣସି ଆସନରେ ଏଥର ଜିତିନାହୁଁ, ଆମ ଭୋଟ ସଖ୍ୟା ୬% ବୃଦ୍ଧି ପାଇଛି। ଯେପର୍ଯ୍ୟନ୍ତ ମୋ ଦଳର ହାଇକମାଣ୍ଡ ଏବଂ ଦଳୀୟ ନେତୃବୃନ୍ଦ ଚାହିଁବେ ମୁଁ ସେ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories