www.samajalive.in
Tuesday, December 9, 2025
15.1 C
Bhubaneswar

ସରିଲା ଦେବ ନିମନ୍ତ୍ରଣ – ୭ରେ ବିଭାଘର

ଆରଡି: ଦେବଦେବ ମହାଦେବ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଅନ୍ୟପଟେ ଗତ ଶନିବାରଠାରୁ ଦେବ ନିମନ୍ତ୍ରଣ ନିମନ୍ତେ ନିମନ୍ତ୍ରଣ ରଥ ବୁଧବାର ପୀଠରେ ପହଁଚିଛି। ତାହା ସହ ପୀଠ ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦେବାଦେଵୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟନ କରାଯାଇଛି। ଗୁରୁବାର ଦେବଦମ୍ପତ୍ତିଙ୍କର ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବା ସହ ଆସନ୍ତା ୭ରେ ଅର୍ଥାତ ଶୁକ୍ରବାର ବିବାହ ମଣ୍ଡପରେ ଅନୁଷ୍ଠିତ ହେବ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟ। ଏହି ବିବାହ ଉତ୍ସବରେ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟକାରଙ୍କ ସହ ନୃତ୍ୟଶିଳ୍ପୀ ଯୋଗ ଦେବେ। ଏଥିପାଇଁ ପୀଠରେ ସରିଛି ସମସ୍ତ ପ୍ରସ୍ତୁତି।

ବିଶେଷକରି ଚିତ୍ରକାର ସେବାକାରୀଙ୍କ ପକ୍ଷରୁ ରଙ୍ଗକାର୍ଯ୍ୟ ସରିଥିବା ବେଳେ ତୋରଣ ନିର୍ମାଣ, ଆଲୋକ ସଜ୍ଜା ଆଦି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୀଠ ରଙ୍ଗିନ ଆଲୋକମାଳାରେ ଝଲସି ଉଠିବା ସହ ବାଜାବାଣ ରୋଷଣୀରେ ପ୍ରକମ୍ପିତ ହେବ। ଏହି ବିବାହ ଉତ୍ସବ ଦେଖିବା ପାଇଁ ପୀଠକୁ ଭକ୍ତମାନଙ୍କର ଆଗମନ ହେବାରେ ଲାଗିଛି। ଅନ୍ୟପଟେ ମଙ୍ଗଳକୃତ୍ୟ ନୀତି ନିମନ୍ତେ ଗୁରୁବାର ଭୋର ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସରିବା ପରେ ବରପିତା ସୁଶାସନ ପାଢୀ ଓ କନ୍ୟାପିତା ଚନ୍ଦ୍ରମଣୀ ପାଢୀ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୈାରିଙ୍କୁ ନିଜ ନିଜର ବାସଭବନକୁ ବିଜେ କରାଇବେ। ସେଠାରେ ମହିଳା ସେବାକାରିଙ୍କ ଦ୍ୱାରା ମଙ୍ଗଳକୃତ୍ୟ ନୀତିକାନ୍ତି ସମାପନ କରାଯିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories