www.samajalive.in
Tuesday, December 9, 2025
17.1 C
Bhubaneswar

ଇଦ୍‌ ମୁବାରକ୍‌ ଜଣାଇ ଭାରତ ପାଇଁ ବାୟୁସୀମା ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ସୀମା ଉପରେ ଆକାଶ ମାର୍ଗକୁ ସିଲ୍‌ କରିଦେଇଥିଲା। ତେବେ ଇଦ୍‌ ପୂର୍ବରୁ ପାକିସ୍ତାନ ଭାରତକୁ ଇଦ୍‌ ମୁବାରକ୍‌ ଜଣାଇବା ସହ ଭାରତୀୟ ବିମାନଗୁଡ଼ିକ ପାଇଁ ଏହାର ବାୟୁସୀମାକୁ ଖୋଲିଦେଇଛି। ଫଳରେ ଗତ ରବିବାରଠାରୁ ପାକ୍‌ ବାୟୁସୀମାର ରାସ୍ତା ଦେଇ ଭାରତୀୟ ବିମାନ ଅନ୍ୟାନ୍ୟ ରାଷ୍ଟ୍ରକୁ ଚଳାଚଳ କରିବା ଆରମ୍ଭ ହୋଇଛି। ଅହମଦାବାଦ ନିକଟ ତେଲମରୁ ଭାରତୀୟ ବିମାନ ପାକିସ୍ତାନରେ ପ୍ରବେଶ କରିବା ସହିତ ଅନ୍ୟ ଦେଶ ଯାତାୟାତ କରିଛି। ପାକ୍‌ ବାୟୁସୀମା ରାସ୍ତା ଖୋଲିବା ପରେ ଦୁବାଇରୁ ଦିଲ୍ଲୀ ଚଳାଚଳ କରୁଥିବା ଇଣ୍ଡିଗୋ ବିମାନ ଗତ ରବିବାର ସନ୍ଧ୍ୟାରେ ପ୍ରଥମେ ଏହି ରାସ୍ତାରେ ଯାତ୍ରା କରିଛି।

ରବିବାର ରାତିରେ ପାକ୍‌ ବିମାନ ଚଳାଚଳ ନିର୍ଦେଶକ ଇଣ୍ଡିଗୋ କର୍ମଚାରୀଙ୍କୁ ଫୋନ କରି ଇଦ୍‌ ମୁବାରକ ଜଣାଇଥିଲେ। ଇଣ୍ଡିଗୋ କର୍ମଚାରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆପଣ ଏପର୍ଯ୍ୟନ୍ତ ଶୋଇ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ଭାରତରୁ ଅନେକ ବିମାନ ଯେତେବେଳେ ୟୁରୋପ, ଆମେରିକା ଏବଂ ଅନ୍ୟାନ୍ୟ ଦେଶକୁ ଚଳାଚଳ କରିଥାନ୍ତି, ସେତେବଳେ ପାକିସ୍ତାନ ବାୟୁସୀମା ଅନ୍ତର୍ଗତ ୧୧ଟି ରାସ୍ତା ଦେଇ ଯାତାୟାତ କରନ୍ତି। କିନ୍ତୁ ବାଲାକୋଟରେ ବିମାନ ଆକ୍ରମଣ ପରଠାରୁ ପାକିସ୍ତାନ ଏହି ରାସ୍ତାଗୁଡ଼ିକୁ ବନ୍ଦ କରିଦେଇଥିଲା। କିନ୍ତୁ ଗତ ରବିବାର ବାୟୁସୀମା ରାସ୍ତା ଖୋଲିବା ପରେ ପାକିସ୍ତାନ ରାସ୍ତାରେ ବିମାନଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରିବା ଆରମ୍ଭ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories