www.samajalive.in
Tuesday, December 9, 2025
15.1 C
Bhubaneswar

କଂଗ୍ରେସ ସହ ଏନ୍‍ସିପିର ମିଶ୍ରଣ ହେବ ନାହିଁ : ଶରଦ ପାୱାର

ମୁମ୍ବଇ : କଂଗ୍ରେସ ସହ ଏନ୍‍ସିପିର  ମିଶ୍ରଣ ହେବ ନାହିଁ । ଏନେଇ ପ୍ରକାଶ ପାଉଥିବା କଳ୍ପନା ଜଳ୍ପନାକୁ ଏନ୍‍ସିପି ଅଧ୍ୟକ୍ଷ ଶରଦ ପୱାର ଖଣ୍ଡନ କରିଛନ୍ତି । ମୁମ୍ବଇଠାରେ ଦଳୀୟ ବୈଠକରେ ଯୋଗଦେଇ ଶ୍ରୀ ପୱାର କହିଛନ୍ତି ଯେ, ଏନ.ସି.ପିର ନିଜର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଏହାକୁ ଦଳ ଜାରି ରଖିବ। ଅନୁଷ୍ଠିତ ବୈଠକରେ ଦଳର ଲୋକସଭା ନିର୍ବାଚନ ଫଳାଫଳ ସମୀକ୍ଷା କରାଯିବା ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ତେବେ ଲୋକସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶ୍ରୀ ପୱାର ସାକ୍ଷାତ କରିବା ପରିପ୍ରେକ୍ଷୀରେ କଂଗ୍ରେସ ସହ ଏନସିପିର ମିଶ୍ରଣ କଳ୍ପନା ଜଳ୍ପନା ଜୋର୍‍ ଧରିଥିଲା । ଦଳର ବରିଷ୍ଠ ଏନସିପି ନେତା ଗଣେଶ ନାଏକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାଜ୍‍ ଠାକ୍‍ରେଙ୍କ ଏମଏନଏସ୍‍ କୁ ମେଣ୍ଟରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories