www.samajalive.in
Sunday, December 7, 2025
26.1 C
Bhubaneswar

ମମତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ

କଲକାତା : ପଶ୍ଚିମବଙ୍ଗରେ ଚାଲିଥିବା ସରଗରମ ରାଜନୈତିକ ବାତାବରଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳର ଅଦଳବଦଳ କରିଛନ୍ତି । କୋଲକାତାଠାରେ ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, କେତେକ ମନ୍ତ୍ରୀଙ୍କ ବିଭାଗର ଅଦଳବଦଳ କରାଯାଇଥିବା ବେଳେ ଆଉ କେତେକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଜଙ୍ଗଲ ମନ୍ତ୍ରୀ ବିନୟ ବର୍ମା ଏବଂ ପଶ୍ଚିମାଞ୍ଚଳ ବିକାଶ ମନ୍ତ୍ରୀ ଶାନ୍ତିରାମ ମାହାତୋଙ୍କୁ ମନ୍ତ୍ରିପରିଷଦରେ ରଖାଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନାହିଁ।

ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ରାଜ୍ୟର ଉଚ୍ଚପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ଘରୋଇ ସଚିବ, ଅନ୍ୟାନ୍ୟ ସଚିବ ଓ ଜିଲ୍ଲାପାଳ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ମଙ୍ଗଳବାର ମମତାଙ୍କ ତୃଣମୂଳ କଂଗ୍ରେସର ୨ ଓ ସିପିଏମର ଜଣେ ବିଧାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପି ନେତା ମୁକୁଲ ରାୟଙ୍କ ପୁଅ ତଥା ଟିଏମସିରୁ ନିଲମ୍ବିତ ବିଧାୟକ ସୁଭ୍ରାଶୁଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏହାବ୍ୟତୀତ ଟିଏମସିର ୫୦ରୁ ଅଧିକ କାଉଂସିଲର ବିଜେପିରେ ଯୋଗ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories