www.samajalive.in
Tuesday, December 9, 2025
17.1 C
Bhubaneswar

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ; ସେନା ଶିବିର ସମ୍ପର୍କରେ ପାକିସ୍ତାନକୁ ତଥ୍ୟ ପଠାଉଥିବା ୨ ସନ୍ଦିଗ୍ଧ ଗିରଫ

ଜାମ୍ମୁ: ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ସେନା ପଣ୍ଡ କରିଛି। ରତନୁଚକଠାରେ ଥିବା ଏକ ସେନା ଶିବିର ସମ୍ପର୍କରେ ପାକିସ୍ତାନକୁ ତଥ୍ୟ ପଠାଉଥିବା ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ପରେ ଆକ୍ରମଣ ଷଡ଼ଯନ୍ତ୍ର ପଦାରେ ପଡ଼ିଛି। ଏହି ଦୁଇଜଣ ସେନା ଶିବିରର ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିଲେ। ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ମୋବାଇଲ ଯାଞ୍ଚ କରାଯିବା ସମୟରେ ସେଥିରୁ ୧୨ରୁ ଅଧିକ ପାକିସ୍ତାନୀ ନମ୍ବର ମିଳିଛି। ଏହି ନମ୍ବରଗୁଡ଼ିକ ମଧ୍ୟରୁ ଗୋଟିଏ ନମ୍ବରକୁ ହ୍ବାଟ୍ସଆପ୍‌ରେ ଭିଡିଓ ପଠାଯାଉଥିଲା। ଏହି ଭିଡିଓରେ ରତନୁଚକ ସେନା ଶିବିରର ସମ୍ପୂର୍ଣ୍ଣ ତଥ୍ୟ ରହିଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ରତନୁଚକ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ନିକଟରେ ମୁତୟନ ହୋଇଥିବା ଯବାନମାନେ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ସେନାର ଅଧିକାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଧରିଥିଲେ। ସେହି ସମୟରେ ୨ ସନ୍ଦିଗ୍ଧ କିଛି ଭିଡିଓ ପାକିସ୍ତାନକୁ ପଠାଉଥିଲେ। ସେମାନଙ୍କୁ ଗିରଫ କରାଯିବା ପରେ ମୀରା ସାହିବସ୍ଥିତ ଜଏଣ୍ଟ ଇଣ୍ଟେରୋଗେଶନ ସେଣ୍ଟରରେ ପଚରାଉଚରା କରାଯାଉଛି।

- Advertisement -

ଏହା ସହିତ ଉଭୟଙ୍କଠାରୁ ଭାରତ ଏବଂ ଜାମ୍ମୁର ନକ୍ସା ଜବତ ହୋଇଛି। ନକ୍ସାର କେତେକ ସ୍ଥାନକୁ ଚିହ୍ନିତ କରାଯାଇଛି। ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଏଥିରୁ ସନ୍ଦେହ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories