www.samajalive.in
Tuesday, December 9, 2025
16.1 C
Bhubaneswar

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା : ନବୀନ ନିବାସରୁ ଆସିଲା ଫୋନ୍ କଲ୍

ଭୁବନେଶ୍ବର :  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆସନ୍ତାକାଲି ଶପଥ ଗ୍ରହଣ କରିବେ।  ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ନେବେ। ତେବେ ଇତି ମଧ୍ୟରେ ମନ୍ତ୍ରିମଣ୍ଡଳ ଗଠନର ଚୁଡାନ୍ତ କାର୍ଯ୍ୟ ଶେ​ଷ ହେବା ଉପରେ । କିଛି ନୂଆ ପୁରୁଣା ବିଧାୟକ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଣଙ୍କ ପରେ ଜଣେ ନେତାଙ୍କ ପାଖକୁ ନବୀନ ନିବାସରୁ ଫୋନ୍ କଲ୍ ଯାଉଛି ।

ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ସୁଶାନ୍ତ ସିଂହ, ସମୀର ରଞ୍ଜନ ଦାଶ, ନିରଞ୍ଜନ ପୁଜାରୀ, ନବ ଦାସ, ପଦ୍ମନାଭ ବେହେରାଙ୍କ ପାଖକୁ ନବୀନ ନିବାସରୁ ଫୋନ କଲ୍ ଯାଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେହିପରି ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରହୀ, ଜଗନ୍ନାଥ ସରକା, ଦିବ୍ୟ ଶଙ୍କର ମିଶ୍ର, ରଘୁ ନନ୍ଦନ ଦାଶ, ପ୍ରଫୁଲ୍ଲ ମଲିକ, ପଦ୍ମିନୀ ଦିଆନଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ଗଣମାଧ୍ୟମରୁ ଜଣାପଡିଛି । ଏହି ବିଧାୟକମାନେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଆଲୋଚନା ହେଉଛି।

- Advertisement -

ଅନ୍ୟପକ୍ଷରେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ପ୍ରମିଳା ମଲ୍ଲିକ ସରକାରୀ ଦଳର ମୁଖ୍ୟ ସଚେତକ ହେବେ ବୋଲି ଆଲୋଚନା ହେଉଛି । ଉଭୟଙ୍କ ପାଖକୁ ଏନେଇ ନବୀନ ନିବାସରୁ ଫୋନ୍ କଲ୍ ଯାଇଥିବା ଗଣମାଧ୍ୟମରେ ଆଲୋଚନା ହେଉଛି ।

 

 

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories