www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲି ଶପଥ ଗ୍ରହଣ : ମନ୍ତ୍ରିମଣ୍ଡଳ ଗଠନ ନେଇ କସରତ ଜାରି

ଭୁବନେଶ୍ବର :  କ୍ରମାଗତ ପଞ୍ଚମ ଥରପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଶ୍ରୀ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଇତି ମଧ୍ୟରେ ମନ୍ତ୍ରିମଣ୍ଡଳ ଗଠନର ଚୁଡାନ୍ତ କାର୍ଯ୍ୟ ଶେ​ଷ ହେବା ଉପରେ। କିଛି ନୂଆ ପୁରୁଣା ବିଧାୟକ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚା ହେଉଛି । ଜଣଙ୍କ ପରେ ଜଣେ ନେତାଙ୍କ ପାଖକୁ ନବୀନ ନିବାସରୁ ଫୋନ କଲ୍ ଯାଉଛି ।

ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ନବୀନ ପୁରୀ ଯାଇ  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

- Advertisement -

ପ୍ରଥମଥର ପାଇଁ ରାଜଭବନ ବାହାରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେଉଛି। ପ୍ରାୟ ୭ହଜାର ୫୦୦ରୁ  ଅଧିକ ଲୋକ ଏଥିରେ ଯୋଗ ଦେବାର ସମ୍ଭାବନା ରହିଛି । ତେଣୁ କମିଶନରେଟ୍‍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବରିଷ୍ଠ ପୁଲିସ୍‍ ଅଧିକାରୀମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‍ ନିୟନ୍ତ୍ରଣ କାର୍ଯ୍ୟରେ ନିଯୁକ୍ତ କରାଯାଇଛି। ଏହାଛଡା ପ୍ରାୟ ୩୦ରୁ ୩୫ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସକୁ ଶପଥ ଗ୍ରହଣ ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ମୁତୟନ କରାଯିବ। ସେହିଭଳି ୧୦୦ଫୁଟ ପର୍ଯ୍ୟନ୍ତ ସିସିଟିଭି କଭରେଜ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବାଲାଗି ୫ଟି ପ୍ରବେଶପଥ ରଖାଯାଇଛି। ତେବେ ନିମନ୍ତ୍ରିତ ଅତିଥିମାନଙ୍କ ଲାଗି ସ୍ୱତନ୍ତ୍ର ପ୍ରବେଶପଥ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଶପଥ
ଗ୍ରହଣ ସମାରୋହରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଶିଳ୍ପପତି ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଦଳର ସମସ୍ତ ସାଂସଦ, ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ଆସନ ଲାଗି ଭୋଟ୍‍ଗ୍ରହଣ ହୋଇଥିଲା । ସେଥିମଧ୍ୟରୁ ବିଜେଡି
୧୧୨ଟିରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories