www.samajalive.in
Tuesday, December 9, 2025
23.1 C
Bhubaneswar

୨୯ରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ

ଇଟାନଗର : ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପେମା ଖାଣ୍ଡୁ ଆସନ୍ତା ୨୯ତାରିଖରେ ଶପଥ ନେବେ । ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ ୪୧ଟି ଆସନରେ ଐତିହାସିକ ବିଜୟ ହାସଲ କରି ଦ୍ବିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଇଟାନଗରଠାରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେ.ପି ନଡ୍ଡା, ରାମ ମାଧବ ଏବଂ ହିମନ୍ତ ବିଶ୍ଵଶର୍ମାଙ୍କ ଉପସ୍ଥିତିରେ ପୋମା ଖାଣ୍ଡୁ ସର୍ବସମ୍ମତକ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ପରେ ସେ ରାଜ୍ୟପାଳ ବି.ଡି. ମିଶ୍ରଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ।

- Advertisement -

ରବିବାର ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜର ତଥା କ୍ୟାବିନେଟର ଇସ୍ତଫା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଅରୁଣାଚଳ ପ୍ରଦେଶର ନବମ ବିଧାନସଭାର କାର୍ଯ୍ୟକାଳ ଜୁନ୍‍ ପହିଲାରେ ଶେଷ ହେଉଛି ଓ ତାହା ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା ଆବଶ୍ୟକ।

ଅନ୍ୟପକ୍ଷରେ ସଂଯୁକ୍ତ ଜନତା ଦଳ, ବିଜେପିର ବରିଷ୍ଠ ନେତାମାନଙ୍କ ସହ କଥାବାର୍ତ୍ତା ପରେ ଅରୁଣାଚଳ ପ୍ରଦେଶରେ ବିଜେପି ନେତୃତ୍ୱର ସରକାରକୁ ସମର୍ଥନ କରିବ କି ନାହିଁ, ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଦଳର ସଭାପତି ନିତୀଶ କୁମାରଙ୍କୁ କ୍ଷମତା ପ୍ରଦାନ କରିଛି । ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ୭ଟି ଆସନରୁ ବିଜୟୀ ହୋଇ ଜେଡିୟୁ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ବୃହତ୍ତମ ଦଳ ହୋଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories