www.samajalive.in
Sunday, December 7, 2025
26.1 C
Bhubaneswar

ଚଳିତ ନିର୍ବାଚନରେ ଗଣିତକୁ ହରାଇଲା ରସାୟନ ବିଜ୍ଞାନ: ମୋଦୀ

ବାରାଣସୀ: ୨୦୧୯ ଲୋକସଭା ନିର୍ବାଚନରେ ଗଣିତକୁ ହରାଇଛି ରସାୟନ ବିଜ୍ଞାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରି ଭୋଟରମାନଙ୍କୁ ଧନ୍ୟବାଦ ଦେବା ପାଇଁ ଆୟୋଜିତ ଏକ ସଭାରେ ଏହା କହିଛନ୍ତି। ମୋଦୀ ବାରାଣସୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପ୍ରାୟ ୫ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ମୋଦୀ କହିଥିଲେ, ଉତ୍ତର ପ୍ରଦେଶ ରାଜନୀତିକୁ ନୂଆ ଦିଗ ଦେଇଛି। ୨୦୧୪, ୨୦୧୭ ଏବଂ ୨୦୧୯ରେ ବିଜେପିର ହ୍ୟାଟ୍ରିକ ବିଜୟ ହୋଇଛି। ଏହା ଛୋଟ ନୁହେଁ। ଏହା ସତ୍ବେ ଯଦି ରାଜନୈତିକ ପଣ୍ଡିତମାନଙ୍କର ଆଖି ଖୋଲୁନାହିଁ, ସେମାନଙ୍କ କାନ ଯଦି ଏହି ଶବ୍ଦ ଶୁଣିପାରୁ ନାହିଁ, ତେବେ ସେମାନେ ବିଂଶ ଶତାବ୍ଦୀରେ ରହିଛନ୍ତି। ନିର୍ବାଚନ ଗଣିତଠାରୁ ରସାୟନ ବିଜ୍ଞାନ ବହୁ ଊର୍ଦ୍ଧ୍ଵରେ ଥିବା ସେମାନଙ୍କୁ ସ୍ବୀକାର କରିବାକୁ ହେବ ବୋଲି ମୋଦୀ କହିଥିଲେ।

- Advertisement -

ସଭା ପୂର୍ବରୁ ମୋଦୀ କାଶୀ ବିଶ୍ଵନାଥ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ। ନିର୍ବାଚନ ପୂର୍ବରୁ ମୋଦୀ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। ସେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ କର୍ମୀ ଜଣେ ଜଣେ ମୋଦୀ। ତେଣୁ ମୋ ଅନୁପସ୍ଥିତିରେ ସମସ୍ତେ ପ୍ରଚାର ଅଭିଯାନ ଜାରି ରଖିବେ ବୋଲି ମୋଦୀ କହିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories