ଉଦ୍‍ଘାଟନ କଲେ ଆଇଜି ପ୍ରିୟଦର୍ଶୀ

0

ପିପିଲି : ପିପିଲି ଥାନା ପୁରୁଣା ଗୃହର ଅତ୍ୟାଧୁନିକ ନବୀକରଣ କାର୍ଯ୍ୟ ଶେଷ ହେବା ପରେ ବୁଧବାର ତାକୁ ଉଦ୍‍ଘାଟନ କରିଛନ୍ତି ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଥିସହ ଥାନା ପରିସରକୁ ସେ ବୁଲି ଦେଖିଥିଲେ । ସଡକ ସୁରକ୍ଷା ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ସହ ରାତ୍ର ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ଉପରେ ଆଇଜି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଜି ଶ୍ରୀ ପ୍ରିୟଦର୍ଶୀଙ୍କ ସହ ପିପିଲି ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ଆଇଆଇସି ଶରତ କୁମାର ସାହୁଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply