www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ, ନିୟମିତ ବାଦାମ ଭିଜାଇ ଖାଇବାର ଲାଭ ..

ପୋଷକ ତତ୍ତ୍ବରେ ଭରପୂର ବାଦାମ ନିୟମିତ ଭାବେ ଖାଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପାଣିରେ ବତୁରା/ଭିଜା ଯାଇଥିବା ବାଦାମ ଖାଇଲେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ଦୈନିକ ରାତିରେ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ ବାଦାମ ଭିଜାଇ ଦିଅନ୍ତୁ। ତାପର ଦିନ ସକାଳ ଜଳଖିଆରେ ଏହାକୁ ଖାଇବା ଉଚିତ।

- Advertisement -

ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିିଛି ଯେ, ଦୈନିକ ଏହିପରି ବାଦାମ ଖାଇଲେ ତାହା ହୃଦ୍‌ରୋଗରୁ ରକ୍ଷା ମିଳିଥାଏ।

ଦୈନିକ ବାଦାମ ଖାଇବା ଦ୍ବାରା କୋଲେଷ୍ଟ୍ରଲର ମାତ୍ରା ଶରୀରରେ କମ୍ ହେବା ସହ ଓଜନ ନିୟନ୍ତ୍ରିତ ରୁହେ।

ଏଥିରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ଥିବା କାରଣରୁ ତାହା ମାଂସପେଶୀକୁ ଶକ୍ତି ଯୋଗାଇଥାଏ।

ଖେଳାଳୀମାନେ ନିୟମିତ ଏହା ଖାଇବା ଉଚିତ।

ମଧୁମେହ ରୋଗୀ ଏହା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ହେଉଥିବାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭିଜା ବାଦାମରେ ଫାଇବର୍ (ତନ୍ତୁ) ଥିବା କାରଣରୁ ତାହା ସହଜରେ ହଜମ ହୋଇଥାଏ।

ଏହା ସହ ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥିବାରୁ ରଙ୍ଗ ସଫା କରିବା ସହ ମୁହଁକୁ ସଂକ୍ରମଣରୁ ରକ୍ଷା କରେ।

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories