www.samajalive.in
Tuesday, December 9, 2025
19.1 C
Bhubaneswar

ଶାହଙ୍କ ପରେ ପଶ୍ଚିମବଙ୍ଗରେ ଯୋଗୀଙ୍କ ରାଲି ରଦ୍ଦ

କୋଲକାତା: ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇଥିଲେ ବି ପଶ୍ଚିମବଙ୍ଗରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ହିଂସାକାଣ୍ଡ ପରେ ବର୍ତ୍ତମାନ ରାଜ୍ୟରେ ରାଲି କରିବାକୁ ଅନୁମତି ମିଳୁ ନ ଥିବା ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ସୋମବାର ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଗୋଟିଏ ରାଲି ରଦ୍ଦ ହେବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଲିକୁ ରଦ୍ଦ କରାଯାଇଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୫ ତାରିଖରେ ଯୋଗୀ ଆଦିତ୍ୟନାଥ ଏଠାରେ ୩ଟି ରାଲି କରିବାର ଥିଲା। କିନ୍ତୁ ସେଥିରୁ ଗୋଟିଏ ରାଲିକୁ ଅନୁମତି ମିଳିନାହିଁ। ଆସନ୍ତା ବୁଧବାର ସାଢ଼େ ୧୨ଟାରେ ହାଓଡାରେ ଯୋଗୀଙ୍କର ଏକ ସଭା ରହିଛି। ଏହା ସହିତ ଉତ୍ତର କୋଲକାତାରେ ଅପରାହ୍ନ ୨ଟାରେ ଏବଂ ଅପରାହ୍ନ ୩ଟାରେ କେଏଫଆର ପଡ଼ିଆରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଉତ୍ତର କୋଲକାତାରେ ହେବାକୁ ଥିବା ରାଲି ପାଇଁ ତାଙ୍କୁ ଅନୁମତି ମିଳିନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୧୯ ତାରିଖ ଶେଷ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର କେତେକ ଆସନରେ ଭୋଟଗ୍ରହଣ ହେବ। ଏଥିପାଇଁ ସୋମବାର ଅମିତ ଶାହ ୩ଟି ସ୍ଥାନରେ ନିର୍ବାଚନୀ ରାଲିରେ ଯୋଗଦେଇଥାନ୍ତେ। ତେବେ ଦକ୍ଷିଣ ୨୪ ପ୍ରଗଣା ଜିଲାର ଯାଦବପୁରରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ହେବାକୁ ଥିବା ରାଲି ପାଇଁ ଦିଆଯାଇଥିବା ଅନୁମତିକୁ କିଛି ସମୟ ପୂର୍ବରୁ କରିଦିଆଯାଇଥିଲା। ଏହା ସହ ଅମିତ ଶାହଙ୍କ ହେଲିକପ୍ଟରକୁ ଓହ୍ଲାଇବା ଲାଗି ଅନୁମତି ଦିଆଯାଇ ନ ଥିଲା। ଶାହ ଯାଦବପୁର ରାଲି ରଦ୍ଦ ହେବା ସମ୍ପର୍କରେ କହିଛନ୍ତି, ଜୟନଗରରେ ରାଲି ହେଲା। କିନ୍ତୁ ଅନ୍ୟ ସ୍ଥାନଟିରେ ମମତା ଦିଦିଙ୍କ ଭଣଜା ପ୍ରାର୍ଥୀ ହୋଇଛନ୍ତି। ସେଠାକୁ ମୋ ଗସ୍ତ ଦେଖି ମମତା ଡରିଗଲେ। ତେଣୁ ମୋ ରାଲି ରଦ୍ଦ କରିଦେଲେ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories