www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାରେ ଶୋଭା ବଢ଼ାଉଛି ଭାରତରୁ ଚୋରି ପ୍ରାଚୀନ ଐତିହ୍ୟ କଳାକୃତି, ଫେରାଇ ଆଣିବାକୁ ଏଏସଆଇର ଉଦ୍ୟମ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରୁ ଚୋରି ହୋଇଥିବା ପ୍ରାଚୀନ ଐତିହ୍ୟ ମୂର୍ତ୍ତି ଏବଂ କଳାକୃତି ଏବେ ଆମେରିକାର କେତେକ ସଂଗ୍ରହାଳୟ ଏବଂ ଲୋକଙ୍କ ଘରେ ଶୋଭା ବଢ଼ାଉଛି। ଚୋରା ଚାଲାଣ ଜରିଆରେ ଏସବୁ କଳାକୃତି ଆମେରିକାରେ ପହଞ୍ଚିଛି। ଏଭଳି ପ୍ରାୟ ୧୦୦ ମୂର୍ତ୍ତି ଆମେରିକାରେ ଠାବ ହୋଇଛି। ଏସବୁକୁ ଫେରାଇ ଆଣିବାକୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପ୍ରକ୍ରିୟା ଆରମ୍ଭ କରିଛି। ଏସବୁ ମୂର୍ତ୍ତି ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ସମୟର ବୋଲି ଜଣାପଡ଼ିଛି।

ଏଏସଆଇର ସୂଚନା ମୁତାବକ, କିଛି ଦିନ ତଳେ ଏଏସଆଇର ପତ୍ନତତ୍ତ୍ଵ ଅତିରିକ୍ତ ମହାନିର୍ଦେଶକ ଡା. ଊର୍ମିଲା ସନ୍ତ ଏବଂ ଅମରାବତୀ ସର୍କଲର ପ୍ରତ୍ନତତ୍ତ୍ଵବିତ୍‌ ଅଧୀକ୍ଷକ ପି.ଏସ. ଶ୍ରୀରମନଙ୍କୁ ଆମେରିକା ପଠାଯାଇଥିଲା। ସେମାନେ ନ୍ୟୁୟର୍କରେ ଅବସ୍ଥିତ ଭାରତର ମହାବାଣିଜ୍ୟ ଦୂତାବାସ ସହାୟତାରେ ସେଠାକାର ସଂଗ୍ରହାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ରହିଥିବା ଭାରତୀୟ ସଭ୍ୟତା ସହ ଜଡ଼ିତ ପ୍ରାଚୀନ ମୂର୍ତ୍ତି, କଳାକୃତି ଏବଂ ବସ୍ତୁଗୁଡ଼ିକୁ ଚିହ୍ନଟ କରିଛନ୍ତି। ସେଗୁଡ଼ିକୁ ଭାରତ ଫେରାଇ ଆଣିବାକୁ ଆନୁଷ୍ଠାନିକ କାର୍ଯ୍ୟ ଚାଲିଛି। ସୁଭାଷ କପୁର ନାମକ ବ୍ୟକ୍ତି ଚୋରା ଚାଲାଣ କରି ଏସବୁ କଳାକୃତିକୁ ଆମେରିକା ପଠାଇଥିଲେ। ସୁଭାଷ ବର୍ତ୍ତମାନ ତାମିଲନାଡୁର ଏକ ଜେଲରେ ବନ୍ଦୀ ଅଛନ୍ତି।

- Advertisement -

ସୂଚନା ମୁତାବକ, ଆମେରିକାରେ ଠାବ ହୋଇଥିବା କଳାକୃତିଗୁଡ଼ିକ ମଧ୍ୟରେ ୫ମ ଏବଂ ୬ଷ୍ଠ ଶତାବ୍ଦୀ ଓ ହରପ୍ପା ସଭ୍ୟତାର ଟେରାକୋଟାରେ ପ୍ରସ୍ତୁତ ବସ୍ତୁ ରହିଛି। ତାମିଲନାଡୁସ୍ଥିତ ସୁତାମଲ୍ଲୀ ଓ ଶ୍ରୀପୁରାତନ ମନ୍ଦିରର ସୁନ୍ଦର କଳାକୃତି ଏବଂ ମଧ୍ୟପ୍ରଦେଶର ସଂରକ୍ଷିତ କାରୀତଲାଇର ପ୍ରସିଦ୍ଧ ସ୍ମାରକ ସହିତ ଦକ୍ଷିଣ ଭାରତର ଚୋଲ ସାମ୍ରାଜ୍ୟ ସହିତ ଜଡିତ ପ୍ରାଚୀନ ମୂଲ୍ୟବାନ ପଥର ମୂର୍ତ୍ତି ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories