ଭେଣ୍ଡି, ପରିବାକୁ ନେଇ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନ ବେଶ୍ ସହଜରେ ପ୍ରସ୍ତୁତ ହୋଇପାରିବ । ସବୁଜ ପନିପରିବା ତାଲିକାରେ ରହିଥିବା ଏହି ପରିବାଟି ମଧୁମେହ ରୋଗୀଙ୍କ ନିମନ୍ତେ ଏକ ମହୌଷଧି ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ । ଅନ୍ତତଃ ସପ୍ତାହକୁ ୩ ରୁ ୪ଥର ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
ଭେଣ୍ଡିରେ ଫାଇବର୍ ପ୍ରଚୁର ପରିମାଣରେ ଥିବାରୁ ତାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ । ଏହା ସହ ଭେଣ୍ଡି ନିୟମିତ ଖାଇଲେ ପାଚନ କ୍ରିୟା ଉତ୍ତମ ହେବା ସହ ଅମ୍ଳ ହେବାର ଆଶଙ୍କା ଖୁବ୍ କମ୍ ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଭେଣ୍ଡି ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ । ଦୈନିକ ଆହାରରେ ଏହାକୁ ସାମିଲ କଲେ କର୍କଟ ଆକ୍ରାନ୍ତ କରିବାର ଭୟ କମ୍ ରହିଛି ।
ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ମଧ୍ୟ ଭେଣ୍ଡି ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ ।
ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଭେଣ୍ଡିରେ ଭିଟାମିନ୍ ସି ଆବଶ୍ୟକ ପରିମାଣରେ ଅଛି । ଏଣୁ ପିଲା ଠାରୁ ବୟସ୍କ ପ୍ରତ୍ୟହ ଭେଣ୍ଡି ଖାଇବା ଲାଭକାରୀ ।



