www.samajalive.in
Sunday, December 7, 2025
23.1 C
Bhubaneswar

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ଗ୍ରହଣ କରାଯିବ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି କିଛି ବିଶେଷ ସୂଚନା ଦେଇଛନ୍ତି। ଏହି ପ୍ରର୍ଯ୍ୟାୟରେ ୫୨ଜଣ ଲୋକସଭା ପ୍ରାର୍ଥୀ ଓ ୩୩୬ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ ୧୦,୭୯୨ଟି ବୁଥ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ରାଜ୍ୟର ମୋଟ ୯୫,୦୦,୬୩୫ଜଣ ମତଦାତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୧,୮୬,୪୫୫ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଏହାବ୍ୟତୀତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୪୫ଜଣ ତୃତୀୟ ଲିଙ୍ଗୀ ଭୋଟର ମଧ୍ୟ ନିଜର ମତସାବ୍ୟସ୍ତ କରିବେ।
ଏହାବ୍ୟତୀତ ଏହି ନିର୍ବାଚନରେ ୩୦୯୨ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ୫୫୪ଟି ବୁଥରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ସ୍ବତନ୍ତ୍ରଭାବେ ୧୦୫ଟି ମତଦାନ କେନ୍ଦ୍ରକୁ ମହିଳା ଓ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ ପରିଚାଳନା କରିବା ନେଇ ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। କେନ୍ଦ୍ରାପଡାରେ ବହୁସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତିି। କେନ୍ଦ୍ରାପଡା ବୁଥ ଗୁଡିକରେ ଅନ୍ୟ ନିର୍ବାଚନ ମଣ୍ଡଳୀ ଲୋକ ନରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories