www.samajalive.in
Sunday, December 7, 2025
16.1 C
Bhubaneswar

ଧନୀ ଏବଂ ପ୍ରଭାବଶାଳୀ ଏହି କୋର୍ଟକୁ ନିୟନ୍ତ୍ରଣ କରିପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧନୀ ଏବଂ ପ୍ରଭାବଶାଳୀ ଏହି କୋର୍ଟକୁ ନିୟନ୍ତ୍ରଣ କରିପାରିବେନି କି ଏହାକୁ ଚଳାଇପାରିବେ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଏକ ଷଡ଼ଯନ୍ତ୍ର ବୋଲି ଦାବି କରି ଜଣେ ଆଇନଜୀବୀ ସତ୍ୟପାଠ ଦାଖଲ କରିବା ପରେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡ଼ଯନ୍ତ୍ର ପୂର୍ବକ ଯୌନ ଉତ୍ପୀଡ଼ନ ଅଭିଯୋଗ କରାଯାଇଥିବା ନେଇ ଆଇନଜୀବୀ ଉତ୍ସବ ବେନ୍‌ସ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, ନିଆଁ ସହିତ ଖେଳନାହିଁ। ଆମେ ଦେଶର ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ, ଧନୀ ଏବଂ ପ୍ରଭାବଶାଳୀ ଏହି କୋର୍ଟକୁ ନିୟନ୍ତ୍ରଣ କରିପାରିବେନି କି ଏହାକୁ ଚଳାଇପାରିବେନି। କୋର୍ଟକୁ ନିୟନ୍ତ୍ରଣ କରିବା ଲାଗି ବୁଝି ବିଚାରି ବିଧିବଦ୍ଧ ଭାବେ ଆକ୍ରମଣ କରାଯାଉଛି ଏବଂ କେହି ଏହି ସତ୍ୟତା ଜାଣୁ ନାହାନ୍ତି। ଏହା ସହ ବିଗତ ୩/୪ ବର୍ଷ ହେବ ସୁପ୍ରିମକୋର୍ଟକୁ ପ୍ରଭାବିତ କରିବାକୁ ଯେଭଳି ପ୍ରୟାସ କରାଯାଉଛି ତାହାକୁ ନେଇ ଖଣ୍ଡପୀଠ ମନସ୍ତାପ କରିଥିଲେ। ଏଭଳି ଚାଲିଲେ ଏହି ଅନୁଷ୍ଠାନ ମରିଯିବ ବୋଲି କହିଥିଲେ।

- Advertisement -

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହା ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଦାବି କରି ଆଇନଜୀବୀ ଉତ୍ସବ ବେନ୍‌ସ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଗତ ବୁଧବାର ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ସିବିଆଇ, ଗୋଇନ୍ଦା ବ୍ୟୁରୋ ଏବଂ ଦିଲ୍ଲୀ ପୁଲିସକୁ ଆଇନଜୀବୀ ଉତ୍ସବ ବେନ୍‌ସଙ୍କ ଦାବି ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories