www.samajalive.in
Tuesday, December 9, 2025
15.1 C
Bhubaneswar

ଜେଟ୍‌ ଏୟାରୱେଜକୁ କିଣିବାକୁ ଚାହୁଁଛନ୍ତି ଏହି ଯୁବ ବ୍ୟବସାୟୀ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ଭବିଷ୍ୟତ ଏବେ ବି ଅନ୍ଧକାର ଭିତରେ ରହିଛି। କମ୍ପାନୀ ଏହାର ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଦେଇଥିବାରୁ ପାଖାପାଖି ୨୦ ହଜାର କର୍ମଚାରୀ ଜୀବିକା ହରାଇଛନ୍ତି। ତେବେ ଏହା ଭିତରେ ଜେଟ୍‌ ଏୟାରୱେଜ୍‌ର କର୍ମଚାରୀଙ୍କ ଆଶା ଉଜ୍ଜୀବିତ ହୋଇଛି। କାରଣ କମ୍ପାନୀକୁ ନୂଆ ଜୀବନ ଦେବା ଲାଗି ଜଣେ ବ୍ରିଟିଶ ଯୁବ ବ୍ୟବସାୟୀ ଆଗ୍ରହୀ ଅଛନ୍ତି। ସେ ଜେଟ୍‌ କମ୍ପାନୀକୁ କିଣିବାକୁ ଚାହୁଁଛନ୍ତି।

ବ୍ରିଟେନର ଏହି ଯୁବ ବ୍ୟବସାୟୀ ହେଉଛନ୍ତି ଜେସନ ଅଂଶୱର୍ଥ। ବିଶ୍ଵର ବିଭିନ୍ନ ଏୟାର ଲାଇନ୍ସରେ କାମ କରିସାରିଥିବା ଜେସନ ୨୦୧୫ରେ ଆଟମୋସ୍ଫିୟର ଇଣ୍ଟରକଣ୍ଟିନେଣ୍ଟାଲ ଏୟାରଲାଇନ୍ସ ନାମକ ଏକ ଷ୍ଟାର୍ଟଅପ ସ୍ଥାପନ କରିଥିଲେ। ଏହା ଜରିଆରେ ସେ ଲଣ୍ଡନ ଷ୍ଟୈନଷ୍ଟେଡ୍‌ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛନ୍ତି।

- Advertisement -
Image courtesy: Aajtak

ଶପିଂ ସେଣ୍ଟରରେ କାମ କରୁଥିଲେ ଜେସନ:

ଜେସନ ୱାଲମାର୍ଟ ଶପିଂ ସେଣ୍ଟରରେ କର୍ମଚାରୀ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୬ ଅଗଷ୍ଟରୁ ୨୦୦୭ ନଭେମ୍ବର ପର୍ଯ୍ୟନ୍ତ ସେ ଏଠାରେ ଚାକିରି କରିଥିଲେ। ଏହାପରେ ସେ ବିମାନ ଚଳାଚଳ ସେକ୍ଟରରେ ପ୍ରବେଶ କରିଥିଲେ। ରିଆନାୟାର ସମେତ କେତେକ ଏୟାରଲାଇନ୍ସ ପାଇଁ କେବିନ କର୍ମଚାରୀ ଭାବେ କାମ କରିଥିଲେ। କିନ୍ତୁ ଏକ ଏୟାରଲାଇନ୍ସ କମ୍ପାନୀ ଚଳାଇବାରେ ତାଙ୍କର ଅନୁଭୂତି ନାହିଁ। ମାତ୍ର ତାଙ୍କ କମ୍ପାନୀ ବ୍ୟାଙ୍କକ, ଦୁବାଇ ଏବଂ ଭାରତ ପାଇଁ ବିମାନ ସେବା ଯୋଗାଇବା ଲାଗି ଯୋଜନା କରୁଛି।

ପୂର୍ବରୁ ବି ଆଗ୍ରହ ଦେଖାଇଥିଲେ:

ଏହା ନୁହେଁ ଯେ ଜେସନ ପ୍ରଥମ ଥର ପାଇଁ ଜେଟ୍‌ ଏୟାରୱେଜ କମ୍ପାନୀ କିଣିବାକୁ ଆଗ୍ରର ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ବି ସେ କମ୍ପାନୀରେ ନିବେଶ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ କମ୍ପାନୀକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ତାଙ୍କୁ କୌଣସି ଜବାବ ଦେଇ ନ ଥିଲେ। ମାତ୍ର ବର୍ତ୍ତମାନ ଜେସନ ଜେଟ୍‌ ଏୟାରୱେଜର ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଏଥିସହ ସେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କଠାରୁ ସହାୟତା ମଧ୍ୟ ଲୋଡ଼ିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories