www.samajalive.in
Sunday, December 7, 2025
18.1 C
Bhubaneswar

ଯୋଗୀ, ମୋହନ ଭାଗବତ, କେଜ୍ରିୱାଲଙ୍କୁ ହତ୍ୟା ଧମକ; ଜୈଶ ସଂଗଠନ ନାମରେ ପହଞ୍ଚିଲା ଚିଠି

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ସ୍ବୟଂ ସେବକ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଛି। ଏ ସମ୍ପର୍କିତ ଏକ ଧମକପୂର୍ଣ୍ଣ ଚିଠି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ୨ଟି ରେଳ ଷ୍ଟେଶନର ଷ୍ଟେଶନ ମାଷ୍ଟରଙ୍କ ନିକଟରେ ଆସି ପହଞ୍ଚିଛି। ଚିଠି ପଠାଇଥିବା ବ୍ୟକ୍ତି ନିଜକୁ ପାକିସ୍ତାନୀ ଆତଙ୍କାବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର ଏରିଆ କମାଣ୍ଡର ବୋଲି ଦର୍ଶାଇଛି। ଏଥିସହିତ ମେ ୧୩ରେ ରାମଲୀ, ବାଗପତ, ମୀରଟ, ହାପୁଡ, ଗରରୌଲା, ଗାଜିଆବାଦ, ମୁଜଫରନଗର, ବରେଲୀ, ଦିଲ୍ଲୀ, ପାନୀପତ ଏବଂ ରୋହତକ ରେଳ ଷ୍ଟେଶନକୁ ବିସ୍ଫୋରଣରେ ଉଡାଇ ଦେବାକୁ ଚିଠିରେ ଧମକ ଦିଆଯାଇଛି। ସେହିପରି ମେ ୧୬ରେ ଆଲାହାବାଦ, ଅଯୋଧ୍ୟା, ଗାଜିଆବାଦ ଏବଂ ଦିଲ୍ଲୀର ପ୍ରମୁଖ ଧାର୍ମିକ ସ୍ଥଳ ଓ ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ କରିବାକୁ ଚେତାବନୀ ଦିଆଯାଇଛି। ଏଭଳି ଚିଠି ମିଳିବା ପରେ ସୁରକ୍ଷା ବାହିନୀର ଚିନ୍ତା ବଢ଼ିଯାଇଛି।

ଉଭୟ ରେଳ ଷ୍ଟେଶନକୁ ପଠାଯାଇଥିବା ଚିଠି ଦେଖିବାକୁ ଏକାଭଳି। ଦୁଇ ପୃଷ୍ଠାର ଏହି ଚିଠିକୁ ସୁରକ୍ଷା ସଂସ୍ଥାଗୁଡ଼ିକ ବିଶ୍ଵାସକୁ ନେଉନାହାନ୍ତି। ତଥାପି ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ଆଲର୍ଟ ଜାରି କରାଯାଇଛି। ଚିଠି ତଳେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ, ଏରିଆ କମାଣ୍ଡର ମୈସୁର ଅହମ୍ମଦ, ଜାମ୍ମୁ-କାଶ୍ମୀର, ସିନ୍ଧ, ପାକିସ୍ତାନ ଲେଖାଯାଇଛି।

- Advertisement -

ଏ ସମ୍ପର୍କରେ ଏଟିଏସ୍‌ ଏଡିଜି ଅସୀମ ଅରୁଣ କହିଛନ୍ତି, ଏଥିପ୍ରତି ଆମେ ସତର୍କ ରହିଛୁ। ଚିଠିକୁ ଯାଞ୍ଚ କରାଯାଉଛି। ଧମକ ଦିଆଯାଇଥିବା ସ୍ଥାନଗୁଡ଼ିକରେ ସତର୍କତା ଜାରି କରାଯିବା ସହ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories