www.samajalive.in
Sunday, December 7, 2025
14.1 C
Bhubaneswar

ଟିଏମ୍‌ସି କର୍ମୀଙ୍କ ଉପରକୁ ବୋମାମାଡ଼, ୩ ଆହତ

କୋଲକାତା: ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହୋଇଛି। ମୁର୍ସିଦାବାଦର ଡୋମକାଲ ମ୍ୟୁନିସିପାଲଟି ଅନ୍ତର୍ଗତ ରାନୀ ନଗର ବୁଥ ନିକଟରେ ଟିଏମସି କର୍ମଚାରୀଙ୍କ ଉପରକୁ ବୋମାମାଡ଼ କରାଯାଇଛି। ଫଳରେ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଉକ୍ତ ପୋଲିଂ ବୁଥ୍‌କୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି।

ସେହିପରି ରାଜ୍ୟର ଦକ୍ଷିଣ ମାଲଦା ନିର୍ବାଚନମଣ୍ଡଳୀରେ ଅନୁରୂପ ଏକ ଘଟଣା ଘଟିଛି। କାଲିଆଚକ୍‌ ଅଞ୍ଚଳରେ କେତେଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପୋଲିଂ ବୁଥ୍‌ ଉପରକୁ ବୋମାମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରି ନାହିଁ।

- Advertisement -

ନିର୍ବାଚନ ସମୟରେ ହିଂସା ସୃଷ୍ଟି ଆଶଙ୍କାରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଶାସନ ପକ୍ଷରୁ ୩୨୪ କମ୍ପାନୀ ପୁଲିସ ମୁତୟନ କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories