www.samajalive.in
Sunday, December 7, 2025
14.1 C
Bhubaneswar

ଅନନ୍ତନାଗରେ ସକାଳ ୯ ସୁଦ୍ଧା ମତଦାନ ଶୂନ ପ୍ରତିଶତ

ଶ୍ରୀନଗର: ଦେଶରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ସକାଳ ୯ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ମତଦାନ ୮ରୁ ୯ପ୍ରତିଶତ ମଧ୍ୟରେ ରହିଥିଲା। କିନ୍ତୁ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ଶୂନ ପ୍ରତିଶତ ରହିଥିଲା। ସକାଳ ୯ଟା ସୁଦ୍ଧା ଏହି ନିର୍ବାଚନମଣ୍ଡଳୀର କୌଣସି ବୁଥ୍‌ରେ ଗୋଟିଏ ହେଲେ ଭୋଟ ପଡ଼ି ନହିଁ। ୧୮୪୨ ବୁଥ୍‌ ଫାଙ୍କା ରହିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ବିଟ୍‌ କରି ଭୋଟରମାନଙ୍କୁ ମତଦାନ କରିବାକୁ ନିବେଦନ କରିଛନ୍ତି। ଘରେ ରହି ଭୋଟ ବର୍ଜନ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଘରୁ ପଦାକୁ ବାହାରି ନିଜର ଶ୍ରେଷ୍ଠ ପ୍ରତିନିଧଙ୍କୁ ଭୋଟ ଦେବାକୁ ଓମାର କହିଛନ୍ତି।

- Advertisement -

ଏହି ନିର୍ବାଚନମଣ୍ଡଳୀରେ ଆତଙ୍କବାଦୀ କାର୍ଯ୍ୟକଳାପ ସବୁଠାରୁ ଅଧିକ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୩ଟି ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଅନନ୍ତନାଗ ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories