www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କ ମଥାରେ ବିଜୟ ଟୀକା ଲଗାଇଲେ ମା’

ଗାନ୍ଧୀନଗର: ଦେଶରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି। ୧୪ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଗୁଜରାଟ ୨୬ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ପହଞ୍ଚି ସକାଳେ ମତଦାନ କରିଛନ୍ତି। ତେବେ ଏହା ପୂର୍ବରୁ ମୋଦୀ ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଘରେ ପହଞ୍ଚିଥିଲେ। ସେଠାରେ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ତାଙ୍କ ମା’ ତାଙ୍କ ମଥାରେ ବିଜୟ ଟୀକା ଲଗାଇ ମିଠା ଖୁଆଇଥିଲେ। ମୋଦୀ ବି ନିଜ ହାତରେ ମା’ଙ୍କୁ ମିଠା ଖୁଆଇଥିଲେ। ଆସିବା ବେଳେ ମୋଦୀଙ୍କୁ ତାଙ୍କ ମା’ ଏକ ସ୍କାର୍ଫ ଦେଇଥିଲେ। ମୋଦୀ ତାଙ୍କୁ ହାତରେ ଧରି ଭୋଟ ଦେବାକୁ ବାହାରିଥିଲେ। ଏହା ସହିତ ସେ ନିଜ ପଡ଼ୋଶୀମାନଙ୍କୁ ବି ଭେଟିଥିଲେ।

୨୦୧୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମଧ୍ୟ ମୋଦୀ ମା’ଙ୍କୁ ଭେଟିବାକୁ ଘରକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ମା’ଙ୍କ ପାଖରେ ରହିଥିଲେ। ମା’ ତାଙ୍କ ସହିତ ବହୁ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ। ଏଥିସହ ତାଙ୍କୁ ତିଳକ ଲଗାଇବା ସହ ଆଶୀର୍ବାଦ ଦେଇଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories