www.samajalive.in
Wednesday, December 10, 2025
15.1 C
Bhubaneswar

ଆଇପିଏଲ : ୨୦୦ ଛକା ମାରିବାରେ ଧୋନି ପ୍ରଥମ ଭାରତୀୟ

ବେଙ୍ଗାଲୁରୁ : ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ୨୦୦ ଛକା ମାରିବାରେ ଧୋନି ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି। ରବିବାର ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମାତ୍ର ୧ ରନରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ପରାସ୍ତ କରିଛି। ଏହି ମ୍ୟାଚରେ ୧୬୧ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସିଏସ୍‌କେ ୨୦ ଓଭରରେ ୮ ୱିକେଟ ହରାଇ ୧୬୦ ରନ କରିଥିଲା। ଧୋନି ୪୮ ବଲରୁ ୫ଟି ଚୌକା ଓ ୭ଟି ଛକା ସହାୟତାରେ ଅପରାଜିତ ୮୪ ରନ କରିଥିଲେ। ବର୍ତ୍ତମାନ ଧୋନିଙ୍କ ଆଇପିଏଲ ଛକା ସଂଖ୍ୟା ୨୦୩ରେ ପହଞ୍ଚିଛି। ଧୋନିଙ୍କ ପଛକୁ ଏହି ତାଲିକାରେ ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୨ୟ ଓ ସିଏସ୍‌କେର ସୁରେଶ ରୈନା ୩ୟ ସ୍ଥାନରେ ରହିଛନ୍ତି। ଏ ଦୁହେଁ ପ୍ରତ୍ୟେକ ୧୯୦ଟି ଛକା ମାରିସାରିଛନ୍ତି। ଆଇପିଏଲରେ ସର୍ବାଧିକ ଛକା ମାରିବା ରେକର୍ଡ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପ୍ରତିନିଧିତ୍ବ କରୁଥିବା ଗେଲ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ୩୨୩ଟି ଛକା ମାରିସାରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories