ବେଆଇନ ପଥର ବୋଝେଇ ଟ୍ରକ୍‌ରୁ ୪୦ହଜାର ଜୋରିମନା

0

ପିପିଲି: ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏକ ମାଙ୍କଡା ପଥର ବୋଝେଇ ଟ୍ରକ୍‌ରୁ ପିପିଲି ତହସିଲଦାର ୪୦ହଜାର ଟଙ୍କା ଜୋରିମନା ଆଦାୟ କରିଛନ୍ତି ।

ଶନିବାର ପୂର୍ବାହ୍ନରେ ତହସିଲଦାର ଶ୍ରୀଧର ବିଶ୍ୱାଳ ପିପିଲି ହାଟଛକ ଠାରେ ଏକ ପଥର ବୋଝେଇ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଟ୍ରକ୍‌ଟି ଦୃତ ଗତିରେ ସେଠାରୁ ଖସି ଯିବାକୁ ପ୍ରୟାସ କରିଥିଲା । ତେବେ ତହସିଲଦାର ଉକ୍ତ ଟ୍ରକ୍‌କୁ ପଛରୁ ଜିପ୍‌ରେ ଗୋଡାଇ ବ୍ଲକଛକ ଠାରେ ଅଟକାଇଥିଲେ । ଗାଡିର ଡ୍ରାଇଭର ସେଠାରୁ ଖସି ପଳାଇଥିବା ବେଳେ ବେଆଇନ ଭାବେ ପଥର ଚୋରାଚାଲାଣ କରୁଥିବା ଉକ୍ତ ଗାଡିରୁ ତହସିଲଦାର ଶ୍ରୀ ବିଶ୍ୱାଳ ୪୦ହଜାର ଟଙ୍କା ଜୋରିମନା ଆଦାୟ କରିଥିଲେ  ।

Leave A Reply