www.samajalive.in
Tuesday, December 9, 2025
15.1 C
Bhubaneswar

ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ; ୪ ମାସରେ ନିପାତ ହେଲେଣି ୬୦ରୁ ଅଧିକ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପୋର ଅଞ୍ଚଳରେ ଶନିବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଯବାନମାନେ ଘେରିଯାଇ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ୩୨ ଆରଆର ଯବାନଙ୍କ ପକ୍ଷରୁ ସୋପୋର ଅନ୍ତର୍ଗତ ବାଟରଗାମ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିଲା। ଏହି ସମୟରେ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ପ୍ରତିଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ। କିଛି ସମୟ ଗୁଳିବିନିମୟ ଚାଲିବା ପରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା। ସମ୍ପୃକ୍ତ ଆତଙ୍କୀଠାରୁ ଏକ ବନ୍ଧୁକ ଏବଂ ୩ଟି ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି। ନିହତ ଆତଙ୍କୀର ପରିଚୟ ମିଳି ନ ଥିବାବେଳେ ସେ କେଉଁ ସଂଗଠନର ତାହା ଜଣାପଡ଼ିନାହିଁ।

- Advertisement -

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀରୁ ବର୍ତ୍ତମାନ ସୁଦ୍ଧା ୪ମାସ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ସେନାର ଅପରେଶନ ସମୟରେ ୬୦ରୁ ଅଧିକ ଆତଙ୍କବାଦୀଙ୍କ ନିପାତ ହେଲାଣି। ନିହତଙ୍କ ମଧ୍ୟରେ ଜୈଶ ଆତଙ୍କବାଦୀ ସଂଗଠନର ସର୍ବାଧିକ ୨୨ ଆତଙ୍କବାଦୀ ରହିଛନ୍ତି। ସେହିପରି ହିଜବୁଲ ମୁଜାହିଦ୍ଦିନର ୧୫ ଏବଂ ଲଶ୍କର-ଏ-ତଇବାର ୧୪ ଆତଙ୍କୀ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories