www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରକୃତ ଜ୍ଞାନୀଙ୍କ ଲକ୍ଷଣ

ବୁଦ୍ଧି କୌଣସି ବଜାରରେ ଉପଲବ୍ଧ ଜିନିଷ ନୁହେଁ।। ଏହା ସମସ୍ତ ବ୍ୟକ୍ତିଙ୍କ ନିକଟରେ ମଧ୍ୟ ନ ଥାଏ। ବୁଦ୍ଧି ଥିବା ବ୍ୟକ୍ତିଙ୍କୁ ବୁଦ୍ଧିମାନ କୁହାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ, ଜ୍ଞାନୀ ଓ ଗୁଣୀ ଲୋକଙ୍କୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର ଅଟେ। ତେଣୁ କିଛି ଗୁଣ ରହିଛି ଯେଉଁଥିରୁ ପ୍ରକୃତ ଜ୍ଞାନୀ ବା ବୁଦ୍ଧିମାନଙ୍କୁ ଚିହ୍ନା ଯାଇପାରିବ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ଶୁଭ କାର୍ଯ୍ୟ, ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ବାସ, ଯଜ୍ଞ, ଦାନ, ଜନ କଲ୍ୟାଣ କରୁଥିବା ବ୍ୟକ୍ତିଙ୍କୁ ଜ୍ଞାନୀ କୁହାଯାଇଥାଏ। ଏ ସବୁ ପ୍ରକୃତ ଜ୍ଞାନୀଙ୍କ ଲକ୍ଷଣ ଅଟେ।

- Advertisement -

ମହାଭାରତ ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ କ୍ରୋଧ, ଅଂହକାର, ସ୍ବାର୍ଥ, ଦୁର୍ଗୁଣ ପ୍ରତି ଆକର୍ଷିତ ହୋଇ ନ ଥାଆନ୍ତି ସେମାନଙ୍କୁ ଜ୍ଞାନୀ କୁହାଯାଇଛି।

ଯେଉଁ ବ୍ୟକ୍ତି ସମୟ ଓ ପରିସ୍ଥିତିକୁ ଦେଖି ବିଚଳିତ ହୋଇ ନ ଥାଆନ୍ତି କେବଳ ନିଜର କର୍ମ ପ୍ରତି ଧ୍ୟାନ ଦେଇ ଥାଆନ୍ତି ଶାସ୍ତ୍ରରେ ଏପରି ବ୍ୟକ୍ତିଙ୍କୁ ଜ୍ଞାନୀ କୁହାଯାଇଛି।

ଯେଉଁ ବ୍ୟକ୍ତି କୌଣସି ବିଷୟକୁ ଶୀଘ୍ର ବୁଝି ଥାଆନ୍ତି ଏହାସହ ସମସ୍ତ କଥାକୁ ଧୈର୍ଯ୍ୟତାର ସହ ଶୁଣନ୍ତି ତାଙ୍କୁ ଜ୍ଞାନୀ କୁହାଯାଏ। ଏପରି ବ୍ୟକ୍ତି ସମସ୍ତ କାର୍ଯ୍ୟକୁ କର୍ତ୍ତବ୍ୟ ଭାବି କରି ଥାଆନ୍ତି।

ଯେଉଁମାନଙ୍କ ମଧ୍ୟରେ ଦୁଃଖ ଓ କଠିନ ପରିସ୍ଥିତି ସହିବାର ଗୁଣ ଥାଏ ତାଙ୍କୁ ଜ୍ଞାନୀ କୁହାଯାଏ। ଏପରି ବ୍ୟକ୍ତି ଯେକୌଣସି ସମୟରେ ଧର୍ମ ପଥରୁ ବିଚଳିତ ହୋଇ ନ ଥାଆନ୍ତି।

କୌଣସି ବ୍ୟକ୍ତିଙ୍କ ଖରାପ ବ୍ୟବହାର, କାର୍ଯ୍ୟ, ଚିନ୍ତାଧାରାକୁ ଜାଣିବା ପରେ ଯେଉଁ ବ୍ୟକ୍ତି ସେମାନଙ୍କ ସହ ରହି ଥାଆନ୍ତି ତାଙ୍କୁ ବେଦ ଅନୁଯାୟୀ ଜ୍ଞାନୀ କୁହାଯାଇଛି।

 

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories