www.samajalive.in
Sunday, December 7, 2025
18.1 C
Bhubaneswar

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା; ଇସଲାମପୁରରେ ସିପିଏମ ଏମପିଙ୍କ ଗାଡ଼ିକୁ ଗୁଳିମାଡ଼

କୋଲକାତା: ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସମୟରେ ଗୁରୁବାର ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଛି। ଇସଲାମପୁରରେ ଜଣେ ସିପିଏମ ନେତା ତଥା ରାଏଗଞ୍ଜ ଏମ୍‌ପି ମହମ୍ମଦ ସଲିମଙ୍କୁ ଆକ୍ରମଣ କରାଯାଇଛି। କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ(ସିଏମସି)ର କର୍ମୀମାନେ ଏମପି ମହମ୍ମଦ ସଲିମଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପଶ୍ଚିମବଙ୍ଗର ଇସଲାମପୁରରେ ଗୁରୁବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଏକ ସ୍ଥାନରେ ବୁଥ ରିଗିଂ ହେଉଥିବା ସୂଚନା ପାଇ ମହମ୍ମଦ ସଲିମ ସେଠାକୁ ଯାଉଥିଲେ। କିନ୍ତୁ ବାଟରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲେ। କେତେଜଣ ଦୁର୍ବୃତ୍ତ ଟେକାପଥର ମାଡ଼ କରିବା ସହ ତାଙ୍କ ଗାଡ଼ିକୁ ଗୁଳିମାଡ଼ କରିଥିଲେ। ଖବର ପାଇ ସୁରକ୍ଷା କର୍ମୀମାନେ ପହଞ୍ଚିବାରୁ ଆକ୍ରମଣକାରୀ ଫେରାର​‌ ହୋଇଯାଇଥିଲେ। ପରେ ସେଠାରୁ ସଲିମଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେ ସୁରକ୍ଷିତ ଥିବା ଜଣାପଡ଼ିଛି।

- Advertisement -

ଏହି ଘଟଣାକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। କରୋନେଶନ ହାଇସ୍କୁଲରେ ହୋଇଥିବା ବୁଥ୍‌ କ୍ୟାପ୍‌ଚରିଂ ହୋଇଥିବା ରାଏଗଞ୍ଜର ବିଜେପି ପ୍ରାର୍ଥୀ ଦେବଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ଟିଏମସି ଭୋଟରଙ୍କୁ ଭୟଭୀତ କରାଉଥିବା ବିଜେପି କହିଛି।

ଘଟଣା ପରେ ନିର୍ବାଚନ ଆୟୋଗ ରାଜ୍ୟ ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories