ଭୋପାଳ: ବର ଜେଲରେ ଥିବାବେଳେ ବିବାହ ପାଇଁ କନ୍ୟା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବରଙ୍କୁ ଜାମିନ ଦେବା ଦାବିରେ ସେ ବରଯାତ୍ରୀ ଦଳଙ୍କୁ ଧରି କୋର୍ଟ ଆଗରେ ଧାରଣା ଦେଇଛନ୍ତି। ସୋମବାର ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଦୀପକ ଅହିରୱାର ନାମକ ବ୍ୟକ୍ତିଙ୍କ ବିବାହ ଠିକ୍ ହୋଇଥିଲା। ଏକ ହତ୍ୟା ମାମଲାରେ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା। ଏହା ଜାଣି ମଧ୍ୟ ତାଙ୍କ ମା’ବାପା ତାଙ୍କ ବିବାହ ଠିକ୍ କରିଥିଲେ। ଗତ ସୋମବାର ଦିନ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ କନ୍ୟା ଯେତେବେଳେ ଜାଣିଲା ଯେ ବର ଜେଲ୍ରେ, ସେତେବେଳେ ସେ ବରଯାତ୍ରୀମାନଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା। ବରକୁ ଜାମିନ ଦେବାକୁ ସେ ଦାବି କରିଥିଲା। ବିବାହ ଲାଗି ଦୀପକଙ୍କୁ ଜାମିନ ଦେବା ପାଇଁ ପୂର୍ବରୁ ଦେୱାସ ଜିଲା କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ। ବିବାହ ସମୟରେ ଭିଡ଼ର ସୁଯୋଗ ଦେଇ ଅଭିଯୁକ୍ତ ଫେରାର ହୋଇଯିବାର ଆଶଙ୍କା ଥିବାରୁ କୋର୍ଟ ଜାମିନ ଦେଇ ନ ଥିଲେ। ତେବେ କନ୍ୟା କୋର୍ଟରେ ଆଗରେ ଧାରଣା ଦେଇଥିବାରୁ ବିଚାରପତି ତାଙ୍କର ସାକ୍ଷାତ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରହିଥିବାରୁ ବିବାହ ପାଇଁ ଜାମିନ ଦେବା ଲାଗି କୋର୍ଟ ମନା କରିଥିଲେ।



