www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ଟିକ୍‌ଟକକୁ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ଚୀନ ଭିଡିଓ ଆପ୍‌ ଟିକ୍‌ଟକକୁ ଭାରତରେ ବ୍ଲକ କରିଦେଇଛି। ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକ୍‌ଟକ ଆପ୍‌କୁ ଡାଉନଲୋଡ୍‌ କରାଯାଇପାରିବ ନାହିଁ। ଭାରତରେ କୋଟି କୋଟି ଯୁବପିଢ଼ିଙ୍କ ନିକଟରେ ଟିକ୍‌ଟକ୍‌ ଆପ ଲୋକପ୍ରିୟତା ହାସଲ କରିପାରିଥିଲା। କିନ୍ତୁ ଏହି ଆପ୍‌ରେ ଅଶ୍ଳୀଳ ବାର୍ତ୍ତା ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେବାରୁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ଚିନ୍ତାବ୍ୟକ୍ତ କରିବା ସହ ଟିକ୍‌ଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ପରେ କେନ୍ଦ୍ର ସରକାର ପ୍ଲେ ଷ୍ଟୋରରୁ ଟିକ୍‌ଟକ ଆପ୍‌ ହଟାଇବାକୁ ଗୁଗଲ ଏବଂ ଆପଲକୁ ନିର୍ଦେଶ ଦେଇଥିଲେ। ଏବେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍‌ଟକ ଆପ୍‌କୁ ହଟାଇ ଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories