୪ ଦିନ ପରେ ଭକ୍ତଙ୍କୁ ମିଳିଲା ଅଭଡା

0

ପୁରୀ: ବାଦବିବାଦର ଅନ୍ତ ଘଟାଇ ଚାରି ଦିନର ପରେ ଆଜି ବାହାରିଛି ମହାପ୍ରଭୁଙ୍କ ଅଭଡା ଭୋଗ । ଚାରି ଦିନ ପରେ ଆନନ୍ଦ ବଜାରରେ ଭକ୍ତମାନେ ଆଜି ଆନନ୍ଦରେ ଅଭଡା ଖାଉଥିବା ଦେଖିବାକୁ ମିଳିଛି । ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକରେ ଚାଲିବା ସହ ମହାପ୍ରଭୁଙ୍କ ନିକଟରେ ଅଭଡା ଭୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଲାଗି ରହିଥିଲା। ନୀତି ବିଳମ୍ବ ଯୋଗୁଁ ପ୍ରାୟ ୫୦ ଲକ୍ଷ ଟଙ୍କାର ଅମୁଣିଆ ପ୍ରସାଦ ପୋତା ହେବା ପରେ କ୍ଷତିପୂରଣ ଦାବିରେ ସୁଆର-ମହାସୁଆର ନିଯୋଗ ଅଡିବସିଥିଲେ । ଫଳରେ ଗତ ୧୬ ତାରିଖରୁ ମହାପ୍ରଭୁଙ୍କ ନିକଟରେ କେବଳ କୋଠଭୋଗ ଲାଗି ହେଉଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା ବାହାରୁ ନଥିଲା ।

Leave A Reply