www.samajalive.in
Sunday, December 7, 2025
26.1 C
Bhubaneswar

ଜେଟ୍‌ ଏୟାରୱେଜ୍‌ ସଙ୍କଟ ବଢ଼ିଲା, ବିମାନ ଉଡ଼ାଣ ସଂଖ୍ୟା ୧୧କୁ ହ୍ରାସ

ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଋଣ ବୋଝରେ ବୁଡ଼ିଥିବା ଏହି ସଂସ୍ଥା ବର୍ତ୍ତମାନ ଦେବାଳିଆ ଅବସ୍ଥାକୁ ଚାଲିଆସିଛି। ଋଣ ପରିଶୋଧ କରି ନ ପାରିବା, କର୍ମଚାରୀଙ୍କୁ ଠିକ୍‌ ସମୟରେ ବେତନ ଦେଇପାରୁ ନ ଥିବାରୁ ସଂସ୍ଥା ଗୋଟିଏ ପରେ ଗୋଟିଏ ବିମାନ ଉଡ଼ାଣ ହ୍ରାସ କରିବାରେ ଲାଗିଛି। ପୂର୍ବରୁ ସଂସ୍ଥା ପକ୍ଷରୁ ୧୪୧ ବିମାନ ଉଡ଼ାଣ କରାଯାଉଥିବାବେଳେ ଗତ ଜାନୁୟାରୀରେ ଏହି ସଂଖ୍ୟା ୨୬କୁ ଖସିଆସିଥିଲା। ଗତ ଶୁକ୍ରବାର ସଂସ୍ଥା ୧୫ଟି ବିମାନର ଉଡ଼ାଣ ବାତିଲ କରିଦେଇଛି। ଫଳରେ ବିମାନ ସଂଖ୍ୟା ୧୧କୁ ହ୍ରାସ ପାଇଛି। ସଂସ୍ଥା କର୍ତ୍ତୃପକ୍ଷ ନିଜର କ୍ଷମତା ହସ୍ତାନ୍ତର କରିଦେଇଥିବାବେଳେ ସଂସ୍ଥାକୁ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ​‌ କେତେକ ବ୍ୟାଙ୍କର୍ସକୁ ନେଇ ଗଠିତ କନ୍‌ସର୍ଟିୟମ ବର୍ତ୍ତମାନ ଏହାର ପରିଚାଳନା କରୁଛନ୍ତି। ଋଣ ପରିଶୋଧ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୭୫% ଅଂଶଧନ ନିଲାମ ଡକାଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ନିକଟ ଭବିଷ୍ୟତରେ ଏହି ସଂସ୍ଥା ବନ୍ଦ ହୋଇଯିବାର ଆଶଙ୍କା ଉପୁଜିଛି।

ସଂସ୍ଥାର ଏଭଳି ଅବସ୍ଥାକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ବିଭାଗୀୟ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ଜେଟ୍‌ ଏୟାରୱେଜର ସମସ୍ୟାଗୁଡ଼ିକର ସମୀକ୍ଷା କରିବାକୁ କହିଛନ୍ତି। ଫଳରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିଲା। ପିଏମଓରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ବିଭାଗୀୟ ସଚିବ ଖରୋଲା ଭିଡିଓ କନଫରେନ୍ସ ଜରିଆରେ ଜେଟ୍‌ ଏୟାରୱେଜ୍‌ର ମ୍ୟାନେଜମେଣ୍ଟ ସହ ବୈଠକ କରିଥିଲେ।

- Advertisement -

ଏହା ପରେ ଖରୋଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ଜେଟ ଏୟାରୱେଜ୍‌ର ୧୧ଟି ବିମାନ ଉଡ଼ାଣ କରିଛି। ଚଳିତ ସପ୍ତାହର ଶେଷ ଦୁଇଦିନ ଅର୍ଥାନ ଶନିବାର ଏବଂ ରବିବାର ସଂସ୍ଥା ଘରୋଇ ରୁଟ୍‌ରେ ୬ରୁ ୭ଟି ବିମାନ ଚଳାଚଳ କରାଇବ। ଆସନ୍ତା ସୋମବାର ପର୍ଯ୍ୟନ୍ତ ସଂସ୍ଥା ବିମାନ ସେବା ପ୍ରଦାନ ଲାଗି ପ୍ରସ୍ତୁତ ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories