www.samajalive.in
Sunday, December 7, 2025
14.1 C
Bhubaneswar

ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ; ସତ୍ୟପାଠରେ ଦର୍ଶାଇଲେ ସ୍ନାତକ ଶେଷ କରିନି

ଆମେଠି: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଗତ ଗୁରୁବାର ସ୍ମୃତି ଇରାନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ ସତ୍ୟପାଠରେ ଦର୍ଶାଇଥିବା ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ​‌ ହୋଇଛି। ପ୍ରକୃତରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ଦେଖିବାକୁ ମିଳେ। ଚଳିତ ନିର୍ବାଚନରେ ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସ୍ନାତକ ଶେଷ କରିନାହାନ୍ତି। ସେ ଦର୍ଶାଇଛନ୍ତି, ୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ୍‌ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୯୪ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଓପନ ଲର୍ନିଂ ସ୍କୁଲରୁ ସ୍ନାତକ ଶେଷ କରି ନ ଥିବା ଉଲ୍ଲେଖ କରିଛନ୍ତି।

- Advertisement -

କିନ୍ତୁ ୨୦୧୪ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ସ୍ମୃତି ଇରାନୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ୍‌ କରିଥିବା ଦର୍ଶାଇଥିଲେ। ସେତେବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେ ସ୍ନାତକ ପାସ୍‌ କରି ନ ଥିବା ବିରୋଧୀମାନେ ଅଭିଯୋଗ କରିଥିଲେ।

୪.୭୧ କୋଟିର ସମ୍ପତ୍ତି:-

ଏହାବ୍ୟତୀତ ତାଙ୍କର ୪ କୋଟି ୭୧ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେଥିମଧ୍ୟରୁ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଥିବାବେଳେ ୨ କୋଟି ୯୬ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସ୍ଥାବର ସମ୍ପତ୍ତି ମଧ୍ୟରେ ୧ କୋଟି ୪୫ ଲକ୍ଷ ଟଙ୍କାର ଚାଷ ଜମି ଏବଂ ଦେଢ଼ କୋଟି ଟଙ୍କାର ଆବାସିକ କୋଠା ରହିଥିବା ସେ ଦର୍ଶାଇଛନ୍ତି। ଅସ୍ଥାବର ସମ୍ପତ୍ତି ମଧ୍ୟରେ ପାଖରେ ନଗଦ ୬ ଲକ୍ଷ ୨୪ ହଜାର ଟଙ୍କା ଥିବାବେଳେ ୮୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି। ୧୩ ଲକ୍ଷ ୧୪ ହଜାର ଟଙ୍କା ମୂଲ୍ୟର ଯାନବାହନ ଏବଂ ୨୧ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ସେହିପରି ତାଙ୍କ ସ୍ବାମୀ ଜୁବିନଙ୍କର ୧ କୋଟି ୬୯ ଲକ୍ଷ ଟଙ୍କାର ଅସ୍ଥାବର ଏବଂ ୨ କୋଟି ୯୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି।

ତାଙ୍କ ବିରୋଧରେ କୌଣସି ଏତଲା ନ ଥିବା ସ୍ମୃତି ଇରାନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories