www.samajalive.in
Sunday, December 7, 2025
16.1 C
Bhubaneswar

ମୋଦୀଙ୍କୁ ବିଜେପି ସାଂସଦ ପ୍ରାର୍ଥୀଙ୍କ ଚେତାବନୀ; ନାଗରିକତା ସଂଶୋଧନ ବିଲ୍‌ କାର୍ଯ୍ୟକାରୀ ହେଲେ ତୁମ ସାମ୍ନାରେ ଆତ୍ମହତ୍ୟା କରିବି

ନୂଆଦିଲ୍ଲୀ: ବିଜେପି କ୍ଷମତାକୁ ଆସିଲେ ନାଗରିକତା ସଂଶୋଧନ ବିଲ୍‌ କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଘୋଷଣା କରିଛନ୍ତି। ବିଜେପି ଇସ୍ତାହାରରେ ମଧ୍ୟ ଏ ନେଇ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଏହାକୁ ନେଇ ନିଜର ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଯଦି ନାଗରିକତା ବିଲ୍‌ କାର୍ଯ୍ୟକାରୀ ହୁଏ, ତା’ହେଲେ ମୋଦୀଙ୍କ ସାମ୍ନାରେ ଆତ୍ମହତ୍ୟା କରିବି ବୋଲି ମେଘାଳୟର ପୂର୍ବତନ ବାଚସ୍ପତି ତଥା ଶିଲଂର ବିଜେପି ସାଂସଦ ପ୍ରାର୍ଥୀ ସାନବର ସୁଲାଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମୁଁ ମରିଯିବି ପଛେ ମେଘାଳୟ ଏବଂ ଅନ୍ୟ ଉତ୍ତରଭାରତୀୟ ରାଜ୍ୟରେ ନାଗରିକତା ସଂଶୋଧନ ବିଲ୍‌ କାର୍ଯ୍ୟକାରୀ ହେବାକୁ ଦେବିନାହିଁ। ବିଲ୍‌ରେ ଆହୁରି ସଂଶୋଧନ ଜରୁରୀ ବୋଲି ସେ କହିଛନ୍ତି।

ସାନ୍‌ବର ସୁଲାଇ ଗତ ଗୁରୁବାର ମତଦାନ କରିବା ପରେ ଏଭଳି ଚେତାବନୀ ଦେଇଛନ୍ତି। ତେବେ ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସାନବର କହିଛନ୍ତି। ସେ କହିଛନ୍ତି, ମୁଁ ନିକଟରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ନେତୃବୃନ୍ଦ ଏବଂ ଏନଜିଓଗୁଡ଼ିକୁ ଚିଠି ଦେଇଛି। ମେଘାଳୟ ଏବଂ ଅନ୍ୟାନ୍ୟ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକୁ ଏଥିରୁ ବାଦ୍‌ ଦେବାକୁ ସେ ଦାବି କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories