www.samajalive.in
Sunday, December 7, 2025
13.1 C
Bhubaneswar

ପୋଲିଂ ବୁଥ୍‌ରେ ‘ନମୋ’ ଖାଦ୍ୟ ପୁଡିଆ ବଣ୍ଟନକୁ ନେଇ ବିବାଦ

ନଏଡା(ଉତ୍ତର ପ୍ରଦେଶ): ପୋଲିଂ ବୁଥ୍‌ରେ ‘ନମୋ’ ଖାଦ୍ୟ ପୁଡ଼ିଆ ବଣ୍ଟନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଏଡାର ସେକ୍ଟର ୧୫-ଏ ପୋଲିଂ ବୁଥରେ ଏଭଳି ଘଟଣା ନଜରକୁ ଆସିଛି। କେତେଜଣ ପୋଲିଂ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଏହି ଖାଦ୍ୟ ପୁଡ଼ିଆ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି। ବୁଥ୍‌ରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ବିରୋଧ କରିଥିଲେ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଥିବା ସେମାନେ ଅଭିଯୋଗ କରିଥିଲେ।

ଗୌତମ ବୁଦ୍ଧ ନଗରର ବରିଷ୍ଠ ଏସ୍‌ପି ବୈଭବ କ୍ରିଷ୍ଣା ଏହାକୁ ଖଣ୍ଡନ କରିଛନ୍ତି। କୌଣସି ସୁରକ୍ଷା କର୍ମୀ ଏବଂ ପୁଲିସ କର୍ମଚାରୀଙ୍କୁ ଏଭଳି ଖାଦ୍ୟ ପୁଡ଼ିଆ ଦିଆଯାଇ ନ ଥିବା ସେ କହିଛନ୍ତି। ସୁରକ୍ଷା କର୍ମୀ ଏବଂ ପୁଲିସ କର୍ମଚାରୀଙ୍କ ଖାଇବା ପାଇଁ ନିକଟରେ ଥିବା ଏକ ଦୋକାନରୁ ଖାଦ୍ୟ ଆସିଥିଲା, ଯେଉଁ ଦୋକାନର ନାମ ନମୋ ଫୁଡ୍‌ କର୍ନର ଥିଲା। କୌଣସି ରାଜନୈତିକ ଦଳ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ଖାଦ୍ୟ ବଣ୍ଟା ଯାଇଥିବା ନେଇ କେତେକ ଲୋକ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏସପି କହିଛନ୍ତି।

- Advertisement -

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବି.ଆର. ତିୱାରୀ କହିଛନ୍ତି, ଏ ସମ୍ପର୍କରେ ଗଣମାଧ୍ୟମରୁ ସୂଚନା ପାଇଛି। କିନ୍ତୁ ସେଠାରେ ନମୋ ଫୁଡ୍‌ କର୍ନର ନାମରେ ଏକ ବହୁ ପୁରୁଣା ଦୋକାନ ରହିଛି। କିନ୍ତୁ ଏହାକୁ ଭିନ୍ନ ଅର୍ଥରେ ପ୍ରଚାର କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories