www.samajalive.in
Sunday, December 7, 2025
18.1 C
Bhubaneswar

ନିର୍ବାଚନରେ ମୋଦୀଙ୍କୁ ସହାୟତା କରିବାକୁ ପାକିସ୍ତାନ ପୁଲୱାମା ଆକ୍ରମଣ କରିଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। ଇମ୍ରାନଙ୍କ ଏଭଳି ପ୍ରଶଂସା ପରେ ବିରୋଧୀମାନେ ଏବେ ସିଧାସଳଖ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲ ମୋଦୀଙ୍କୁ ଇମ୍ରାନଙ୍କ ପ୍ରଶଂସା ଉପରେ ପ୍ରଶ୍ନ ଉଠାଇଛନ୍ତି। କେଜ୍ରିୱାଲ କହିଛନ୍ତି ନିର୍ବାଚନରେ ମୋଦୀଙ୍କୁ ସହାୟତା କରିବା ଲାଗି ପାକିସ୍ତାନ ପୁଲୱାମାରେ ଆକ୍ରମଣ କରିଛି, ଯେଉଁଥିରେ ୪୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ମୋଦୀ ଏବଂ ଇମ୍ରାନଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଷୟରେ ପ୍ରଚାର କରୁଥିବା ନମୋ ଟିଭିକୁ ପାକିସ୍ତାନ ପାଣ୍ଠି ଯୋଗାଉଛି। ନମୋ ଟିଭିର କେହି ମାଲିକ ନ ଥିବା ଆମ ଆଦମୀ ପାର୍ଟି ଦାବି କରିଛି।

କେବଳ କେଜ୍ରିୱାଲ ନୁହଁନ୍ତି, ଇମ୍ରାନଙ୍କ ମନ୍ତବ୍ୟ ପରେ ଅନ୍ୟ ବିରୋଧୀମାନେ ବି ମୋଦୀ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି। ଜାମ୍ମୁ-କାଶ୍ମୀର ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି, ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ଜେଡିଏସ ମୁଖ୍ୟ ଏଚ.ଡି. କୁମାରସ୍ବାମୀ ପ୍ରମୁଖ ମୋଦୀଙ୍କୁ ଇମ୍ରାନଙ୍କ ପ୍ରଶଂସା ଉପରେ ପ୍ରଶ୍ନ ଉଠାଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories