www.samajalive.in
Tuesday, December 9, 2025
19.1 C
Bhubaneswar

୪ର୍ଥ ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ

କୁଆଲାଲୁମ୍ପୁର: ମାଲେସିଆ ଗସ୍ତରେ ସିରିଜ୍ ହାତେଇବାରେ ସଫଳ ହୋଇଛି ଭାରତୀୟ ସିନିୟର ମହିଳା ହକି ଦଳ। ବୁଧବାର ୪ର୍ଥ ମ୍ୟାଚ୍‌ରେ ଘରୋଇ ମାଲେସିଆକୁ ୧-୦ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୩-୦ରେ ଆଗୁଆରହି ଭାରତ ସିିିରିଜ୍ ଜିତିନେଇଛି। ଭାରତୀୟ ଦଳ ପ୍ରଥମ ୨ଟି ମ୍ୟାଚ୍‌କୁ ଏକତରଫା ଭାବେ ଜିତିବା ପରେ ୩ୟ ମ୍ୟାଚ୍‌ରେ ମାଲେସିଆ ଲଢ଼ୁଆ ପ୍ରଦର୍ଶନ କରିବାରୁ ମ୍ୟାଚ୍‌ ୪-୪ ଗୋଲ୍‌ରେ ଡ୍ର ରହିଥିଲା। ବୁଧବାର ୪ର୍ଥ ମ୍ୟାଚ୍‌ରେ ପ୍ରଥମ ୩ଟି କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ ୫୫ ମିନିଟରେ ଭାରତର ଲାଲରେମ୍‌ସିଆମି ବିଜୟସୂଚକ ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ। ଗୁରୁବାର ଉଭୟ ଦଳଙ୍କ ମଧ୍ୟରେ ୫ମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।

ଘରୋଇ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ଏହାକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଭାରତୀୟ ଗୋଲ୍‌ରକ୍ଷକ ସବିତା ଏହାକୁ ବେକାର କରି ଦେଇଥିଲେ। ପରେପରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଏହା ମଧ୍ୟ ବେକାର ହୋଇଥିଲା। ପ୍ରଥମ ୩ଟି କ୍ବାର୍ଟରରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ତେବେ ଉଭୟ ଦଳ ଏକାଧୁକ ସୁଯୋଗ ହାତଛଡ଼ା କରିବାରୁ ଗୋଲ୍ ଦେଖିବାକୁ ମିଳିନଥିଲା। ତେବେ ୫୫ ମିନିଟରେ ନବନୀତ କୌରଙ୍କ ଡିଫେନ୍‌ସଭେଦୀ କ୍ରସ୍‌ରୁ ଡାଇଭ୍‌ମାରି ଲାଲରେମ୍‌ସିଆମି ବଲ୍‌କୁ ଗୋଲ୍‌ ମଧ୍ୟକୁ ପଠାଇ ଦେଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories