www.samajalive.in
Sunday, December 7, 2025
26.1 C
Bhubaneswar

ବିମାନକୁ ଅପେକ୍ଷା କରି ତଳେ ଶୋଇଲେ ଧୋନୀ, ସାକ୍ଷୀ

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ବିମାନକୁ ଅପେକ୍ଷା କରି ତଳେ ଶୋଇପଡ଼ିଥିଲେ। ଚେନ୍ନାଇର ଏକ ବିମାନବନ୍ଦରରେ ବୁଧବାର ଏହା ଦେଖିବାକୁ ମିଳିଥିଲା। ଏହାର ଫଟୋ ଧୋନୀ ନିଜେ ଇନ୍‌ଷ୍ଟ୍ରାଗ୍ରାମରେ ଅପଲୋଡ କରିଛନ୍ତି।

ଧୋନୀଙ୍କ ଟିମ୍‌ ଆପିଇଏଲରେ ବର୍ତ୍ତମାନ ସୁଦ୍ଧା ଉତ୍ତମ ପ୍ରଦର୍ଶନ କରିଆସିଛି। ୬ଟି ମ୍ୟାଚ ଖେଳି ଚେନ୍ନାଇ ୫ଟିରେ ବିଜୟ ହାସଲ କରି ଆଇପିଏଲ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି। ଗତ ମଙ୍ଗଳବାର ଦଳ ଏମ.ଏ. ଚିଦମ୍ବରମ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟରେ ହରାଇଛି। ଏହା ପରେ ଧୋନୀ ବାହିନୀ ଆଗାମୀ ଗୁରୁବାର ଜୟପୁରଠାରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ବ୍ୟସ୍ତ କାର୍ଯ୍ୟସୂଚୀ ଭିତରେ ଟିମ୍‌ ମଙ୍ଗଳବାର ବିଜୟ ହାସଲ ପରେ ବି ସେଲିବ୍ରେଶନ କରିପାରି ନ ଥିଲା। କାରଣ ଧୋନୀଙ୍କ ଟିମ୍‌କୁ ତୁରନ୍ତ ଜୟପୁର ଯିବାର ଥିଲା। ତେଣୁ ଧୋନୀ ବୁଧବାର ବିମାନବନ୍ଦରରେ ବିମାନକୁ ଅପେକ୍ଷା କରି ତଳେ ଶୋଇଥିଲେ। ଶୋଇବା ସମୟରେ ଧୋନୀ ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ଏକ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋରେ ଧୋନୀ ଏବଂ ସାକ୍ଷୀ ବ୍ୟାଗ ଉପରେ ମୁଣ୍ଡ ରଖି ତଳେ ଶୋଇଥିବା ଦେଖାଯାଇଛି। ଫଟୋ ତଳେ ଧୋନୀ ଲେଖିଛନ୍ତି, ଯଦି ଆପଣଙ୍କ ଫ୍ଲାଇଟ ସକାଳୁ ଜଳଦି ଥିବ ତା’ହେଲେ ଏପରି ହେବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories