କଟକ : ବିଜେଡିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ ପୁଣି ଗିରଫ ହୋଇଛନ୍ତି। ବେଆଇନ ବନ୍ଧୁକ ରଖିବା ନେଇ ରଞ୍ଜିତାଙ୍କ ନାମରେ ଅଭିଯୋଗ ହୋଇଛି। ରଞ୍ଜିତାଙ୍କୁ ବୁଧବାର ଦିନ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି। ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ ହୋଇଛି। ସୂଚନାଯୋଗ୍ୟ ଯେ, ରଞ୍ଜିତା ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ଗିରଫ ହୋଇଥିଲେ। ସେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ।
Popular Categories



