www.samajalive.in
Sunday, December 7, 2025
26.1 C
Bhubaneswar

ଲାଇଭ୍‌ ଟିଭିରେ ବିତର୍କ ବେଳେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ମନ୍ତ୍ରୀଙ୍କ ଆକ୍ରମଣ ଧମକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ନେତାମାନଙ୍କୁ ତୃଣମୂଳ କଂଗ୍ରେସ(ସିଏମସି) କର୍ମୀମାନେ ଆକ୍ରମଣ କରୁଥିବା ବିଜେପି ଅଭିଯୋଗ କରିଆସୁଛି। ଦଳ ପକ୍ଷରୁ ଏ ନେଇ ଅନେକ ଥର ଆପତ୍ତି ଉଠାଯିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଦିଦିଗିରି’ ଯୋଗୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି। ତେବେ ରବିବାର ଏକ ଟେଲିଭିଜନ ଶୋ’ରେ ବିତର୍କ ବେଳେ ଜଣେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ଧମକ ମିଳିଛି। ବିତର୍କରେ ଭାଗ ନେଇଥିବା ତୃଣମୂଳ କଂଗ୍ରେସ(ଟିଏମସି)ର ମନ୍ତ୍ରୀ ରବୀନ୍ଦ୍ର ନାଥ ଘୋଷ ଏହି ଆକ୍ରମଣ ଧମକ ଦେଇଛନ୍ତି। ଏହାକୁ ନେଇ ବିତର୍କ ପରେ ସେଠାରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ମାରପିଟ ସହ ଚେୟାର ଫିଙ୍ଗାଫୋପଡ଼ା ହୋଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ ରବୀନ୍ଦ୍ର ନାଥ ଘୋ​‌ଷ ନିଜ କାର୍ଯ୍ୟକଳାପକୁ ନେଇ ବିବାଦୀୟ ମନ୍ତ୍ରୀ ଭାବେ ଜଣାଶୁଣା। ରବିବାର ଏକ ଟିଭି ଚ୍ୟାନେଲରେ ବିତର୍କ ଚାଲିଥିବାବେଳେ କୁଚ୍‌ ବିହାରର ବିଜେପି ପ୍ରାର୍ଥୀ ନିତିଶ ପ୍ରାମାଣିକଙ୍କ ଏକ ମନ୍ତବ୍ୟ ଉପରେ ରବୀନ୍ଦ୍ର ଉତ୍ତେଜିତ ହୋଇପଡ଼ି ତାଙ୍କ ଉପରକୁ ହାତ ଉଠାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ଆକ୍ରମଣ କରିବା ନେଇ ତାଙ୍କୁ ଧମକ ଦେଇଥିଲେ। ଡିବେଟ ସରିବାର କିଛି ସମୟ ମଧ୍ୟରେ ଡିବେଟ ଚାଲିଥିବା ସ୍ଥାନରେ ଉଭୟ ନେତାଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories