www.samajalive.in
Tuesday, December 9, 2025
17.1 C
Bhubaneswar

ଭବିଷ୍ୟତରେ ସତର୍କ ରହିବାକୁ ଯୋଗୀଙ୍କୁ ନିର୍ବାଚନ ଆୟୋଗଙ୍କ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ‘ମୋଦୀଙ୍କ ସେନା’ କହି ବିବାଦ ଘେରକୁ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ଲାଗି ସତର୍କ ରହିବାକୁ ଆୟୋଗ ଯୋଗୀଙ୍କୁ ଚେତାଇ ଦେଇଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ରାଜନୈତିକ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେଇ ‘ମୋଦୀ ଜୀ କି ସେନା’ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ମାରିଛନ୍ତି ବୋଲି ଉଦବୋଧନ ଦେଇଥିଲେ। ଏହାକୁ ନେଇ ବିରୋଧୀମାନେ ଆପତ୍ତି ଉଠାଇବା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଆୟୋଗ ଯୋଗୀଙ୍କୁ ନୋଟିସ ଜାରି କରିବା ସହ ଏପ୍ରିଲ ୫ ତାରିଖ ମଧ୍ୟରେ ଉତ୍ତର ରଖିବାକୁ କହିଥିଲେ। ଆୟୋଗଙ୍କୁ ଉତ୍ତର ଦେଇ ଯୋଗୀ କହିଥିଲେ ଯେ, କଂଗ୍ରେସ ଲୋକମାନେ ଆତଙ୍କବାଦୀମାନଙ୍କୁ ବିରିୟାନୀ  ଖାଇବାକୁ ଦେଉଥିଲେ ଏବଂ ମୋଦୀଙ୍କ ସେନା ଆତଙ୍କବାଦୀମାନଙ୍କୁ ଗୁଳି କରି ମାରୁଛନ୍ତି। ଏହା ହେଉଛି ପାର୍ଥକ୍ୟ। କଂଗ୍ରେସର ଲୋକମାନେ ଆତଙ୍କୀ ସଂଗଠନ ମାସୁଦ ଆଝାରକୁ ଉତ୍ସାହିତ କରିବାକୁ ‘ଜୀ’ ଶବ୍ଦ ବ୍ୟବହାର କରୁଛନ୍ତି ବୋଲି ଯୋଗୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହା ସହ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ଯୋଗୀ ପ୍ରଶଂସା ମଧ୍ୟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories