www.samajalive.in
Sunday, December 7, 2025
14.1 C
Bhubaneswar

ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵରେ ଅଛନ୍ତି ‘ବାଜପକ୍ଷୀ ଓ ପେଚା’

ମସ୍କୋ: ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵ ସାଧାରଣତଃ ଦେଶର ସେନା କିମ୍ବା କମାଣ୍ଡୋଙ୍କ ହାତରେ ରହିଥାଏ। କିନ୍ତୁ ବିଶ୍ଵରେ ଏଭଳି ଏକ ଦେଶ ରହିଛି, ଯେଉଁଠି ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵରେ ରହିଛନ୍ତି ବାଜପକ୍ଷୀ ଏବଂ ପେଚା। ଏହା ପଛରେ ବି ରହିଛି ଏକ ବିଶେଷ କାରଣ।

ରୁଷରେ ରାଷ୍ଟ୍ରପତି ଭବନ ଏବଂ ଏହାର ଆଖପାଖରେ ଅବସ୍ଥିତ ଗୁରୁତ୍ଵପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ସୁରକ୍ଷା ପାଇଁ ଦେଶର ପ୍ରତିରକ୍ଷା ବିଭାଗ ବାଜପକ୍ଷୀ ଏବଂ ପେଚାମାନଙ୍କର ଏକ ଟିମ୍‌ ଗଠନ କରିଛି। ଶିକାରୀ ପକ୍ଷୀଙ୍କ ଏହି ଟିମ୍‌ ୧୯୮୪ରେ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏବେ ୧୦ରୁ ଅଧିକ ବାଜ ପକ୍ଷୀ ଏବଂ ପେଚା ରହିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି।

- Advertisement -

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କାଉମାନଙ୍କ ଦାଉରୁ ରାଷ୍ଟ୍ରପତି ଭବନକୁ ସୁରକ୍ଷିତ ରଖିବା ଲାଗି ଏହି ବାଜପକ୍ଷୀ ଏବଂ ପେଚାମାନଙ୍କୁ ମୁତୟନ କରାଯାଇଛି। କାଉମାନଙ୍କ ଯୋଗୁ ରାଷ୍ଟ୍ରପତି ଭବନ ଏବଂ ଆଖପାଖର ସରକାରୀ କୋଠାଗୁଡ଼ିକ ଅପରିଷ୍କାର ହେଉଥିଲା। ତେଣୁ ସେମାନଙ୍କୁ ଘଉଡ଼ାଇବା ଲାଗି ବାଜ ଏବଂ ପେଚାଙ୍କୁ ମୁତୟନ କରାଯାଇଛି। ଏହି ଦୁଇ ପକ୍ଷୀ ସଂଘୀୟ ସୁରକ୍ଷା ସେବାର ଗୋଟିଏ ଅଂଶ।

ଟିମ୍‌ରେ ଗୋଟିଏ ୨୦ ବର୍ଷୀୟ ବାଜ ପକ୍ଷୀ ‘ଅଲଫା’ ଏବଂ ‘ଫାଇଲ୍ୟା’ ନାମକ ପେଚା ରହିଛି। ଏମାନଙ୍କ ବିଶେଷତ୍ଵ ହେଉଛି ଯଦି କୌଣସି କାଉ ରାଷ୍ଟ୍ରପତି ଭବନ ଅଞ୍ଚଳ ଆକାଶରେ ଉଡୁଥିବେ କିମ୍ବା ସେମାନଙ୍କ ଶବ୍ଦ ଶୁଣିବେ, ତେବେ ଏମାନେ ଦୂର ଦୂର ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ଦିଅନ୍ତି ଅଥବା ମାରି ଦିଅନ୍ତି।

ରାଷ୍ଟ୍ରପତି ଏବଂ ଏହା ଆଖପାଖର ସରକାରୀ କୋଠାଗୁଡ଼ିକର ଦେଖାରଖା କରୁଥିବା ପାୱେଲ ମାଲକୋଭ କୁହନ୍ତି, ପ୍ରଥମେ କାଉମାନଙ୍କ ଦାଉରୁ ଏହି କୋଠାଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାର୍ଡ ରହିଥିଲେ। ଏହା ସହ କାଉମାନଙ୍କୁ ଡରାଇବା ଲାଗି ଶିକାରୀ ପକ୍ଷୀଙ୍କ ଶବ୍ଦକୁ ରେକର୍ଡ କରାଯାଇ ଶୁଣାଯାଉଥିଲା। କିନ୍ତୁ ଏସବୁ ଉଦ୍ୟମ ବିଫଳ ହୋଇଥିଲା। ତେଣୁ ବାଜ ପକ୍ଷୀ ଏବଂ ପେଚାଙ୍କ ଏକ ଟିମ୍‌ ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷା ଦାୟିତ୍ଵରେ ମୁତୟନ କରାଯାଇଛି। ଏଥିରେ ଆମେ ସଫଳ ହୋଇଛୁ। ଆଗକୁ ରାଷ୍ଟ୍ରପତି ଭବନ ଉପରେ ଏବଂ ଏହା ଆଖପାଖ ଅଞ୍ଚଳରେ ଉଡୁଥିବା ଛୋଟ ଛୋଟ ଡ୍ରୋନକୁ ଖସାଇବା ଲାଗି ଏହି ପକ୍ଷୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories