www.samajalive.in
Sunday, December 7, 2025
13.1 C
Bhubaneswar

ନିର୍ବାଚନ ପରେ ଚୌକିଦାର ଜେଲରେ ଥିବେ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ନୂଆ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ମୋଦୀଙ୍କ ଚୌକିଦାର ସ୍ଳୋଗାନକୁ ରାହୁଲ ସମାଲୋଚନା କରି କହିଛନ୍ତି, ୫ବର୍ଷ ତଳେ ବିଜେପିର ‘ଅଚ୍ଛେ ଦିନ ଆୟେଙ୍ଗେ’ ସ୍ଳୋଗାନ ଏବେ ‘ଚୌକିଦାର ଚୋର ହୈ’ରେ ପରିବର୍ତ୍ତନ ହୋଇଛି। ନିର୍ବାଚନ ସରିବା ପରେ ଚୌକିଦାର ଯେଉଁ ଚୋରି କରିଛନ୍ତି ତାହାର ତଦନ୍ତ ହେବ ଏବଂ ଚୌକିଦାର ଜେଲରେ ଥିବେ ବୋଲି ରାହୁଲ କହିଛନ୍ତି।

ଏକ ସଭାରେ ରାହୁଲ ଉଦବୋଧନ ଦେବା ଅବସରରେ ରାଫେଲ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଦେଶର ଚୌକିଦାର କହୁଛନ୍ତି। କିନ୍ତୁ ଚୌକିଦାରମାନଙ୍କ ଉପସ୍ଥିତିରେ ବି ରିଲାଏନ୍ସ ପ୍ରତିରକ୍ଷା ମୁଖ୍ୟ ଅନୀଲ ଅମ୍ବାନୀ ଦଣ୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ରାହୁଲ କହିଥିଲେ ଯେ, ଶ୍ରମିକମାନଙ୍କ ଘର ଆଗରେ କେବେ ଆପଣମାନେ ଚୌକିଦାରଙ୍କୁ ଦେଖିଛନ୍ତି ? ନାଁ। ଅନୀଲ ଅମ୍ବାନୀଙ୍କ ଘର ସାମ୍ନାକରେ କେତେ ଚୌକିଦାର ଅଛନ୍ତି ? ଅନୀଲ ଅମ୍ବାନୀଙ୍କ ଘର ଆଗରେ ହଜାର ହଜାର ଚୌକିଦାର ଅଛନ୍ତି, ଯେଉଁମାନେ ତାଙ୍କ ଚୌକିଦାରି କରିବା ପାଇଁ ଚୋରି କରିଛନ୍ତି। ପ୍ରଥମେ କହିଲେ ଭଲ ଦିନ ଆସିବ। କିନ୍ତୁ ଲୋକେ ଦେଖିଆସୁଛନ୍ତି। ୫ବର୍ଷ ପରେ ଏହି ସ୍ଳୋଗାନ ଏବେ ‘ଚୌକିଦାର ଚୋର ହୈ’ରେ ବଦଳି ଯାଇଛି। ଏହା କୌଣସି ଛୋଟ ଚୋରି ନୁହେଁ। ମୁଁ ଆପଣମାନଙ୍କୁ କହୁଛି ନିର୍ବାଚନ ପରେ ତଦନ୍ତ ହେବ। ଚୌକିଦାର ଜେଲରେ ଥିବେ।

- Advertisement -

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ କେରଳ ୱାୟନାଡ ଏବଂ ଉତ୍ତରପ୍ରଦେଶର ଆମେଠିରୁ ପ୍ରାର୍ଥୀ ହୋଇଛନ୍ତି। ଗତ ଗୁରୁବାର ସେ ୱାୟନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆସନ୍ତା ୧୦ ତାରିଖରେ ଆମେଠିରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories