www.samajalive.in
Tuesday, December 9, 2025
15.1 C
Bhubaneswar

ମହାକାଶରେ ସାଟେଲାଇଟ୍‌ ଭଗ୍ନାଂଶକୁ ନେଇ ଡିଆରଡିଓ ଅଧିକାରୀଙ୍କ ପ୍ରତିକ୍ରିୟା: କହିଲେ ୪୫ ଦିନରେ ଉଭାନ ହୋଇଯିବ

ନୂଆଦିଲ୍ଲୀ: ନିକଟରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ମହାକାଶରେ ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିଲା। ଏହାକୁ ନେଇ ଆମେରିକାର ନାସା ଉଦବେଗ ପ୍ରକାଶ କରିଛି। ଏହି ପରୀକ୍ଷଣ ଅତ୍ୟନ୍ତ ଭୟଙ୍କର ଏବଂ ଏହା ଯୋଗୁ ମହାକାଶରେ ସାଟେଲାଇଟର ୪୦୦ ଖଣ୍ଡ ଭଗ୍ନାଂଶ ଘୁରିବୁଲୁଛି, ଯାହା ଅନ୍ୟ ମହାକାଶ ସଂସ୍ଥା ଏବଂ ମହାକାଶଚାରୀଙ୍କ ପାଇଁ ବିପଦ ବୋଲି ନାସାର ମୁଖ୍ୟ ଜିମ୍‌ ବ୍ରିଡେନଷ୍ଟାଇନ କହିଛନ୍ତି। ତେବେ ଏ ସମ୍ପର୍କରେ ଡିଆରଡିଓର ଜଣେ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଉକ୍ତ ଭଗ୍ନାଂଶଗୁଡ଼ିକ ୪୫ ଦିନ ମଧ୍ୟରେ ଉଭାନ ହୋଇଯିବ। ମହାକାଶରେ ଭଗ୍ନାଂଶ ଜମା ହୋଇ ରହିଲେ କି ସମସ୍ୟା ହେବ ତାହାକୁ ଦୃଷ୍ଟିରେ ରଖି ପରୀକ୍ଷଣ କରାଯାଇଛି। ଚୀନ ପକ୍ଷରୁ କରାଯାଇଥିବା ୨ଟି ପରୀକ୍ଷଣ ପରେ ସାଟେଲାଇଟଗୁଡ଼ିକର ଭଗ୍ନାଂଶ ଏବେ ବି ମହାକାଶରେ ଘୁରି ବୁଲୁଛି। କିନ୍ତୁ ଭାରତ ପକ୍ଷରୁ ଯେଉଁ ପରୀକ୍ଷଣ କରାଯାଇଛି ସେଥିରେ ମହାକାଶରେ କୌଣସି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବନାହିଁ। ସମସ୍ତ ଭଗ୍ନାଂଶ ୪୫ ଦିନ ମଧ୍ୟରେ ଗାଏବ ହୋଇଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories