www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ମୋଦୀ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରପ୍ରଦେଶର ମୀରଟ, ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜାମ୍ମୁରେ ପ୍ରଚାର କାର୍ଯ୍ୟକ୍ରମ ସାରିବା ପରେ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋରାପୁଟ ଜିଲା ଜୟପୁରର ଏକମ୍ବା ପଡ଼ିଆରେ ହେବାକୁ ଥିବା ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ମୋଦୀ ଯୋଗଦେଇ ପ୍ରଚାର ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ମୋଦୀ ପୂର୍ବାହ୍ନ ୧୦ଟା ୨୦ରେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଜଗଦଲପୁରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଆସି ଜୟପୁର ବିମାନବନ୍ଦରରେ ପହଞ୍ଚିବେ। ୧୦ଟା ୫୫ରେ ଜୟପୁର ବିମାନବନ୍ଦରରୁ ବାହାରି ସଭାସ୍ଥଳକୁ ଯିବେ। ୧୧ଟାରୁ ୧୧ଟା ୪୦ ପର୍ଯ୍ୟନ୍ତ ମୋଦୀ ସଭାରେ ଉଦବୋଧନ ଦେବେ ବୋଲି ସୂଚନା ମିଳିଛି। ଏହି ସଭାରେ କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା ଆସନ ସମତେ ୧୪ଟି ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀଙ୍କ ସମେତ ବରିଷ୍ଠ ନେତାମାନେ ଯୋଗଦେବେ। ମୋଦୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories