www.samajalive.in
Sunday, December 7, 2025
26.1 C
Bhubaneswar

ଚାନ୍ଦବାଲି ବିଧାୟକ ବିରୋଧୀ ମେଳିରେ ଜାଗୁଳା ପଂଚାୟତ ସଭାପତି

ଧାମରା : ଧାମରା ନିକଟସ୍ଥ ଜାଗୁଳା ପଞ୍ଚାୟତରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ବିରୁଦ୍ଧରେ ମେଳି ଆରମ୍ଭ ହୋଇଯାଇଛି। ଆଜି ଏ ନେଇ ଜାଗୁଳା ପଞ୍ଚାୟତର ଶାସକ ଦଳର ସଭାପତି ଜୟକୃଷ୍ନ ଜେନା ଏକ ପ୍ରେସ ବିବୃତିରେ ଚାନ୍ଦବାଲି ବିଧାୟକଙ୍କ କଳା କାରନାମା ବିଷୟରେ ବିଷୋଦଗାର କରିଛନ୍ତି। ବିଗତ ୫ବର୍ଷ ମଧ୍ୟରେ ଧାମରା, ଜାଗୁଳା, କରଞମାଳ, କରଣପଲ୍ଲୀ, ପଂଚୁଟିକ୍ରି, କଇଥଖୋଲା,କ ରଣପଲ୍ଲୀ ଏବଂ ବାଂଶଡା ପଞ୍ଚାୟତରେ ବିଧାୟକ ଗୋଟିଏ ବି କିଛି ଉନ୍ନତିମୂଳକ କାର୍ଯ୍ୟ କରିନଥିବା ଅଭିଯୋଗ ହୋଇଛି। ଏହି ୮ ପଞ୍ଚାୟତକୁ ବିଧାୟକ ସଂପୂର୍ଣ ଅଣଦେଖା କରିବା ସହ ଜାଣିଶୁଣି ଏହି ୮ ପଞ୍ଚାୟତ ମଧ୍ୟରୁ ୩ଟି ପଂଚାୟତରେ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସକର୍ମୀ ମାନଙ୍କୁ ଜିତାଇବାରେ ବିଧାୟକ ର୍ ସାହାଯ୍ୟ ରହିଥିବା କହିଛନ୍ତି। ଏଥିସହ ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଚୟନ ବେଳେ ଶାସକ ଦଳର ଏକକ ସଂଖ୍ୟା ଗରିଷ୍ଠତା ଥିବା ବେଳେ ବିଧାୟକ କଂଗ୍ରେସ ଦଳକୁ ସମର୍ଥନ କରିବା ପାଇଁ କହିବା ସହ ସେମାନଙ୍କୁ ଉପାଧ୍ୟକ୍ଷ ପଦବୀ ନିମନ୍ତେ ଚୟନ କରିବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ବୋଲି ସେ ଅଭିହିତ କରିଥିଲେ। ଆଗାମୀ ଦିନରେ ଜାଗୁଳା ପଞ୍ଚାୟତର ସଭାପତି ଶାସକ ଦଳରେ ଥାଇ ମଧ୍ୟ ପୁର୍ନବାର ବ୍ୟୋମକେଶ ରାଏଙ୍କୁ ଟିକେଟ ମିଳିଲେ ସେ ଏହାକୁ ବିରୋଧ କରିବା ସହ ଦରକାର ପଡିଲେ ନିଜର ଦଳବଳ ସହ ଦଳ ଛାଡିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାଗୁଳା ପଞ୍ଚାୟତର ଶାସକ ଦଳର ସଭାପତି ଜୟକୃଷ୍ନ ଜେନା, ମହେଶ୍ୱର ସାହୁ, ନିରଞନ ସାମଲ, ଅଞନ ବେହେରା, ବିଜୟ କୁମାର ଜେନା, ଧାମରା ମାର୍କେଟସଂଘର ସଭାପତି ପ୍ରହ୍ଲାଦ ଦାସ, ନରେଶ ଦାସ, ଶିବସୁନ୍ଦର ଖଟୁଆ ଦୋସିଙ୍ଗା ପଂଚାୟତର ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories