www.samajalive.in
Sunday, December 7, 2025
26.1 C
Bhubaneswar

ଚାନ୍ଦବାଲିରେ ଆର୍ନ୍ତଜିଲ୍ଲା ଜଳପଥରେ ଲଂଚ ଚଳାଚଳ ବନ୍ଦ

ଧାମରା : ଚାନ୍ଦବାଲିରୁ ଯାତାୟତ କରୁଥିବା ଚାନ୍ଦବାଲି- ତାଳଚୁଆ ଯାତ୍ରୀ ବାହୀ ଲଂଚ ସେବା  ଦୀର୍ଘ ଦିନ ଧରି ବନ୍ଦ ରହିଛି। ଖବରରୁ ପ୍ରକାଶ ଯେ, ଦୀର୍ଘ ୪୭ବର୍ଷ ହେବ ଚାନ୍ଦବାଲିରେ ଆର୍ନ୍ତଜିଲ୍ଲା ଜଳପଥ ସେବା ଆରମ୍ଭ ହୋଇଥିଲା। ଏହି ସେବା ମାଧ୍ୟମରେ ଚାନ୍ଦବାଲିରୁ ଶହ ଶହ ସଂଖ୍ୟାରେ ଯାତ୍ରୀମାନେ ନିଟସ୍ଥ ରାଜନଗର, କେନ୍ଦ୍ରାପଡା, ତାଳଚୁଆ, ରଙ୍ଗଣୀ ଆଦି ସ୍ଥାନକୁ ବହୁ କମ ସମୟ ଏବଂ କମ ଖର୍ଚ୍ଚରେ ଜଳପଥରେ ଯାତାୟତ କରି ପାରୁଥିଲେ। ମାତ୍ର ସରକାରଙ୍କ ଏହି ସେବା ଦୀର୍ଘ ଦିନ ଧରି ବନ୍ଦ ହେବା ଯୋଗୁ  ଆର୍ନ୍ତଜିଲ୍ଲା ଯାତ୍ରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଦୈନିକ ବହୁ ଯାତ୍ରୀ ନିକଟସ୍ଥ କେନ୍ଦ୍ରାପଡା ଜିଲ୍ଲାକୁ ଯାତାୟତ କରିବା ପାଇଁ ବହୁ ସମସ୍ୟାରେ ସମ୍ମୁଖୀନ ହେଉଥିବା ଦୃଷ୍ଟି ଗୋଚର ହୋଇଛି।

ଆର୍ନ୍ତଜିଲ୍ଲା ଜଳପଥରେ ପ୍ରତିଦିନ ସକାଳ ୬ଟାରେ  ଗଙ୍ଗା ନାମକ ଏକ ଯାତ୍ରୀବାହୀ ଲଂଚ ଚାନ୍ଦବାଲିରୁ ତାଳଚୁଆ ଯାତାୟତ କରୁଥିବା ବେଳେ ଏହା ପୁନଶ୍ଚ ଦିନ ୨ଟାରେ ତାଳଚୁଆ ଛାଡି ସନ୍ଧ୍ୟା ୬ଟାରେ ଚାନ୍ଦବାଲିରେ ପହଂଚିଥାଏ। ଅନ୍ୟ ଏକ ଯାତ୍ରୀବାହୀ ଲଂଚ ବ୍ରାହ୍ମଣୀ ଅପରାହ୍ଣ ୨ଟାରେ ଚାନ୍ଦବାଲି ଛାଡି ସନ୍ଧ୍ୟା୬ଟାରେ ତାଳଚୁଆରେ ପହଂଚିଥାଏ ଏବଂ ପରଦିନ ସକାଳ ୬ଟାରେ ଏହି ଲଂଚ ତାଳଚୁଆ ଛାଡି ଚାନ୍ଦବାଲିରେ ସକାଳ ୧୦ଟା ସମୟରେ ପହଂଚିଥାଏ। ମାତ୍ର ଏହି ୨ଟି ଯାତ୍ରୀବାହୀ ଲଂଚ ରେ ଇଞିନ ଖରାପ ହେବା ଯୋଗୁ ଜଳପଥରେ ଯାତାୟତ ସଂପୂର୍ଣ ବାଧାପ୍ରାପ୍ତ ହୋଇଛି। ଏହି ଇଞିନ ଗୁଡିକ ଚେନ୍ନାଇ ପଠାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ମତ ରଖିଥିବା ବେଳେ ଖୁବଶୀଘ୍ର ଏହା ମରାମତି ହୋଇଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ବ୍ରାହ୍ମଣୀ ନାମକ  ଯାତ୍ରୀବାହୀ ଲଂଚ ଟି ଦିନ ୨ଟାରେ ଯାତାୟତ କରିବ ବୋଲି କହିଛନ୍ତି।

- Advertisement -

ମାତ୍ର ସରକାର ଜାଣିଶୁଣି ଏହି ଜଳପଥକୁ ଅଣଦେଖା କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।ଆର୍ନ୍ତଜିଲ୍ଲା  ଯାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲଂଚ ମରାମତି ହେବା ପର୍ଯ୍ୟନ୍ତ ସରକାର ଅନ୍ୟ ଲଂଚ ଭଡାରେ ଆଣି ଚଳାଇବାକୁ ସ୍ଥାନୀୟଲୋକ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଏହି ଲଂଚ ସେବା ବନ୍ଦ ହୋଇଥିବା ବେଳେ ବେସରକାରୀ ସେବା ଯୋଗାଉଥିବା ଲଂଚ ଗୁଡିକ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ଅଧିକ ଦର ନେଇ ଯାତ୍ରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି।ଏହି ସମସ୍ତ କଥାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଲଂଚ ସେବା ଖୁବ ଶୀଘ୍ର ଚାଲୁ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories