www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସ ସହ ଆଉ ଆଲୋଚନା ହେବନି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବାକୁ ବ୍ୟଗ୍ର ଥିବା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶେଷରେ ଥକି ପଡ଼ିଛନ୍ତି। ମେଣ୍ଟ ପାଇଁ ଆଉ କଂଗ୍ରେସ ସହ ଆଲୋଚନା କରାଯିବ ନାହିଁ ବୋଲି କେଜ୍ରିୱାଲ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି। ସେହିପରି ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି ଆପ୍‌ ଆବାହକ ଗୋପାଳ ରାଏ ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଦଳ କଂଗ୍ରେସ ସହ ଭିତିରି ଆଲୋଚନା କରୁଥିବା ଆପ୍‌ର କେତେଜଣ କର୍ମକର୍ତ୍ତାଙ୍କଠାରୁ ସୂଚନା ମିଳିଛି।

ଆପ୍‌ କର୍ମକର୍ତ୍ତାଙ୍କଠାରୁ ମିଳିଥିବା ସୂଚନା ମୁତାବକ, କଂଗ୍ରେସ ସହ ଆଲୋଚନାବେଳେ ଦିଲ୍ଲୀରେ ଥିବା ମୋଟ ୭ଟି ଆସନରୁ ଆପ୍‌ ୫ଟି ଏବଂ କଂଗ୍ରେସ ୨ଟି ଆସନରେ ଲଢ଼ିବା ନେଇ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କଂଗ୍ରେସ ଏଥିରେ ରାଜି ହୋଇନାହିଁ। କଂଗ୍ରେସ ସମାନ ଭାବେ ସିଟ୍‌ ବାଣ୍ଟିବାକୁ ଦାବି କରିଥିଲା। ଉଭୟ ଆପ୍‌ ଏବଂ କଂଗ୍ରେସ ୩ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବା ସହ ବଳକା ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କଂଗ୍ରେସ ଦାବି କରିଥିଲା। ଏଥିରେ ମଧ୍ୟ ଆପ୍‌ ସନ୍ତୁଷ୍ଟ ହୋଇନାହିଁ।

- Advertisement -

ମେଣ୍ଟ ସମ୍ପର୍କରେ ଦିଲ୍ଲୀ କଂଗ୍ରେସ ଦାୟିତ୍ଵରେ ଥିବା ବରିଷ୍ଠ କଂଗ୍ରେସ ନେତା ପି.ସି. ଚାକୋ କହିଛନ୍ତି, ସେ ଗତ ସୋମବାର ଶିଲା ଦିକ୍ଷୀତଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଶିଲା ଦିକ୍ଷୀତ ମେଣ୍ଟ ସପକ୍ଷରେ ନାହାନ୍ତି। ଦିଲ୍ଲୀରେ ବିଜେପିକୁ ହରାଇବାକୁ ମେଣ୍ଟ ଜରୁରୀ ବୋଲି ଚାକୋ କହିଥିଲେ। ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମେଣ୍ଟ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଚାକୋ କହିଛନ୍ତି। ଅନ୍ୟପଟେ ଆସନ ଭାଗବଣ୍ଟା ସମ୍ପର୍କରେ ତାଙ୍କ ସହ ଆପ୍‌ ପକ୍ଷରୁ କେହି ଆଲୋଚନା କରି ନ ଥିବା କିମ୍ବା ସେ କାହା ସହିତ କଥା ହୋଇ ନ ଥିବା ଚାକୋ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଏନସିପି ମୁଖ୍ୟ ଶରଦ ପାୱାର ଦିଲ୍ଲୀ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଆପ୍‌ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କ ସହ ପୃଥକ ଆଲୋଚନା କରିବା ପରେ ରାଜଧାନୀରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories