www.samajalive.in
Sunday, December 7, 2025
26.1 C
Bhubaneswar

ଶପଥ ନେଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ; କହିଲେ ପାରିକରଙ୍କ ଅଧୁରା କାମ ପୂରା କରିବି

ଗୋଆ: ମନୋହର ପାରିକରଙ୍କ ବିୟୋଗ ପରେ ଗୋଆ ବାଚସ୍ପତି ପ୍ରମୋଦ ସାୱନ୍ତ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ରାଜ୍ୟପାଳ ତାଙ୍କୁ ପଦ ଏବଂ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପାରିକର ରାଜ୍ୟର ବିକାଶ ଲାଗି ଯେଉଁ ସବୁ ପଦକ୍ଷେପ ନେଇଥିଲେ ତାହାକୁ ସମ୍ପୂର୍ଣ୍ଣ କରିବାକୁ ସେ ପୂର୍ଣ୍ଣ ଉଦ୍ୟମ କରିବେ। ଏହାବ୍ୟତୀତ ବିଜେପିର ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମଜିପି)ର ସୁଦିନ ଧାବଲିକର ଏବଂ ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି।

ସୂଚନା ମୁତାବକ, ପାରିକରଙ୍କ ମୃତ୍ୟୁ ପରେ ଗୋଆରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ବିବାଦ ଦେଖାଦେଇଥିଲା। ମେଣ୍ଟ ସରକାର ଗଢ଼ିଥିବା ବିଜେପିକୁ ସହଯୋଗୀ ଦଳଗୁଡ଼ିକ ସମର୍ଥନ କରିବେ ନାହିଁ ବୋଲି କଂଗ୍ରେସ ଯୁକ୍ତି କରିବା ସହ ରାଜ୍ୟରେ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା। ତେବେ ଶେଷରେ ବିଜେପି ବହୁ ବିଚାରବିମର୍ଶ କରିବା ପରେ ଏହାର ସହଯୋଗୀ ଦଳଗୁଡ଼ିକୁ ମନାଇବାରେ ସଫଳ ହୋଇଥିଲା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories