ଚାନ୍ଦବାଲିରେ ସଂଗ୍ରାମ ସେନାର ସଂକଳ୍ପ ଯାତ୍ରା

0

ଧାମରା : ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସମାଜସେବୀ ସଂଗ୍ରାମ ରାଉତ ସୋମବାର ସ୍ଥାନୀୟ ଅଞ୍ଚଳର ଯୁବକ ମାନଙ୍କୁ ନେଇ ସଂକଳ୍ପ ଯାତ୍ରା ଆରମ୍ଭ କରିଛନ୍ତି। ଶତାଧିକ ଯୁବକଙ୍କ ମୋଟର ସାଇକେଲ ରାଲି ଚାନ୍ଦବାଲି କାଳୀ ମନ୍ଦିର ପରିସରରୁ ବାହାରି ଚାନ୍ଦବାଲି ଏନ.ଏ.ସି. ପରିକ୍ରମା କରିବା ପରେ ଚାନ୍ଦବାଲିର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଛନ୍ତି। ଏଥିରେ ସଂଗ୍ରାମ ରାଉତ ଯୋଗଦାନ କରି ନେତୃତ୍ୱ ନେଇଥିବା ବେଳେ ବଡ଼ ଓସ୍ତିଆ, ଭାଟପଡ଼ା, ମତୋ, ନାଲଗୁଣ୍ଡା ଘଟପୁର ଖେରଙ୍ଗ, ରାଜନଗର,ସତେମ ତିହିଡ଼ି ବ୍ଳକର ୮ଗୋଟି ପଞ୍ଚାୟତ ଏବଂ ତୋଟାପଡ଼ା, ଗୋପୀନାଥପୁର, ବଜରାପୁର, ଖଦାଳ ପୋଖରୀ,ନୁଆଗାଁରେ ପହଞ୍ଚିଥିବା ବେଳେ କର୍ମୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ ମୂଖ୍ୟତଃ ଚାନ୍ଦବାଲି ନିର୍ବାଚନ ମଣ୍ଡଳିକୁ ୩ ଭାଗରେ ବିଭକ୍ତ କରୁଥିବା ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ପରେ ଶୁଭ ଦିଆଗଲା ହେଲେ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ। ୩୦ଭାଗ ଗାଁକୁ ରାସ୍ତା ନାହିଁ, ୪୦ହଜାରରୁ ଊର୍ଦ୍ଧ୍ବ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ୭୦ଭାଗ ଶିକ୍ଷକ ପଦବୀ ଖାଲି, ଚାନ୍ଦବାଲି ନିର୍ବାଚନ ମଣ୍ଡଳିରେ ଉନ୍ନତି ବଦଳରେ ଗୁଣ୍ଡାରାଜ ଯୋଡ଼ି ହୋଇଛି ବୋଲ ନିଜ ବକ୍ତବ୍ୟରେ କହିଥିଲେ। ଏଥି ସହିତ ଯଶିପୁର, ଜଳେଶ୍ୱରପୁର, ନଳଗୋହୀରା, ମୈାସୁଧା, ଉତୁକୁଡ଼ା ଚରଦିଆ, ବିଜୟନଗର ଓ ଓରାସାହୀ ଆଦି ପଞ୍ଚାୟତ ପରିକ୍ରମା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ସେନାର ଆବାହକ ପ୍ରଫୁଲ ସାହୁ, ରତିକାନ୍ତ ସାହୁ, ପ୍ରହଲାଦ ଦାସ, ଆଶିଷ ବେହେରା, ଭାରତଭୂଷଣ ରାଏ, ଗୋପିରାମ ଅଗ୍ରଓାଲ,ସୁକାନ୍ତ ମହାଳିକ, ସୁକାନ୍ତ ନାୟକ, ଦେବାନନ୍ଦ ତାଡୁ, ନୀରଞନ ସାମଲ, ଅଞ୍ଜନ ବେହେରା, ଶିବସୁନ୍ଦର ଖାଟୁଆ, ବାପୁନୁ ରାଉତ, ଅନୁପ ଗୁପ୍ତାଙ୍କ ସହ ସମସ୍ତ ସାଙ୍ଗଠନିକ କର୍ମକତା ମାନେ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply